Saturday , April 1 2023
Breaking News
Home / ବିଶେଷ / କେନ୍ଦ୍ରାପଡା କଲେଜର ପ୍ରାଧ୍ୟାପକ ମାୟାପ୍ରସନ୍ନଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡା କଲେଜର ପ୍ରାଧ୍ୟାପକ ମାୟାପ୍ରସନ୍ନଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡା,୧୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ମାୟାପ୍ରସନ୍ନ  ତ୍ରିପାଠୀଙ୍କର ୫୬ବର୍ଷ ବୟସରେ  ଚିକିତ୍ସାଧିନ ଅବସ୍ଥାରେ କଟକସ୍ଥିତ ଏକ ବେସରକାରୀ  ହସ୍ପିଟାଲରେ ବିୟୋଗ  ହୋଇଯାଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ସେହି ବେସରକାରୀ  ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଜଣେ ଅମାୟିକ ଓ ଛାତ୍ର ବତ୍ସଳ ପ୍ରାଧ୍ୟାପକ ଭାବେ ବେଶ ଜଣାଶୁଣା  ଥିଲେ । ସେ ତାଙ୍କ ଚାକିରୀ ଜୀବନ କୁଅାଁପାଳ ସ୍ଥିତ ଜବାହରଲାଲ୍ ନେହେରୁ ମହାବିଦ୍ୟାଳୟରେ ଆରମ୍ଭକରି ପରବର୍ତୀ ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗଦେଇଥିଲେ  ।  ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ସହଧର୍ମଣୀ ଏବଂ ଗୋଟିଏ ପୁତ୍ର ଓ ଏକମାତ୍ର କନ୍ୟା ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ରଞ୍ଜିତ କୁମାର ଦାସଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ  ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ  କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ  ଏକ ଶୋକସଭା ଅନୁଷ୍ଠିତ ହୋଇ ସେଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ   ଯୋଗଦେଇ ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.