Friday , September 29 2023
Breaking News
Home / ବିଶେଷ / ଆସେଲିରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର: ଆସନ୍ନ ମୃତ୍ୟୁ ରୁ ବଂଚିଲେ

ଆସେଲିରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର: ଆସନ୍ନ ମୃତ୍ୟୁ ରୁ ବଂଚିଲେ

ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ହାତୀ ଓ ମଣିଷର ଲଢେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ରେ ଏକ ନିତିଦିନିଆ କଥାରେ ପରିଣତ ହେଲଣି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ପାଳି ପଡ଼ୁଛି ମୃତ୍ୟୁଯନ୍ତାରେ । ଦୀର୍ଘ ଦିନ ଧରି ଖଜୁରୀପଡ଼ା,ରାମେଶ୍ୱର, ଚିତ୍ରକୂଟ ମୁଣ୍ଡିଆ, ଡ଼ମଣଭୂମି, ଗୟାବନ୍ଧ,ନାଲସିଂହ, କମାଗୁରୁ,ଟାେଙ୍କାଳ ଅଂଚଳରେ ହାତୀପଲ ଏଣେତେଣେ ଖାଦ୍ୟ ଅନେଷ୍ୱଣରେ ଘୁରିବୁଲୁଥିବାବେଳେ ମଣିଷଙ୍କ ବିରୁଦ୍ଧରେ ଶିକାର ହୋଇ ଉଗ୍ରରୂପ ଧାରଣ କରୁଛନ୍ତି । ଘରଦ୍ୱାର ଭାଙ୍ଗିବା, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହ ମଣିଷଙ୍କୁ ଆକ୍ରମଣ କରିବା କୁ ବନ ବିଭାଗ ଯେତେ ଚେଷ୍ଟା କଲେ ବି ରୋକିବାରେ ବିଫଳ ହେଉଛି । ଗତ କିଛି ଦିନ ହେବ ୨୦/୨୫ ଟି ହାତୀ ବାହାରକୁ ପଳାଇଥିବାବେଳେ ଗୋଟିଏ ଦନ୍ତା ହାତୀ ରହି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏକା ରହିବା ଦ୍ୱାରା ସେ ଉଗ୍ରହୋଇ ଏଣେତେଣେ ବୁଲି ଲୋକମାନଙ୍କୁ ଆକ୍ରମଣ କରୁଛି । ଜାନୁଆରୀ ୧୭ ତାରିଖରେ ଖଜୁରୀପଡ଼ା ମୁସଲିମ ସାହିର ସୈାଉରିନ ବିବିଙ୍କୁ ଏହି ହାତୀ ଶୁଣ୍ଡରେ କଚାଡ଼ି ମାରିଥିବାବେଳେ ୩୧ ତାରିଖରେ ଟାେଙ୍କାଳ ଗ୍ରାମର ବାଉରିବନ୍ଧୁ ସ୍ୱାଇଁଙ୍କୁ ଦଳିଚକଟି ମାରିଥିଲା । ବନ ବିଭାଗ ବହୁ କଷ୍ଟ କରି ବନ ବିଭାଗ ଏହି ହାତୀଟିକୁ ଅନ୍ୟତ୍ର ଛାଡ଼ି ଦେଇଥିବାବେଳେ ପୁନର୍ବାର ହାତୀଟି ନିରାକାରପୁର ଚିତ୍ରକୂଟ ମୁଣ୍ଡିଆ, ଖଜୁରୀପଡ଼ା ଜଙ୍ଗଲକୁ ଆସି ଏଣେ ତେଣେ ବୁଲୁଥିବାବେଳେ ମଙ୍ଗଳବାର ରାତିରେ ରେଳଧାରଣା ଅତିକ୍ରମ କରି ଲେଣ୍ଡୁ ପଂଚାୟତ ଆସେଲି ଗ୍ରାମକୁ ପଳାଇଥିଲା । ଉକ୍ତ ଗ୍ରାମର ବୀରବର ସାହୁ(୭୫) ଓ ପତ୍ନୀ ହର ଦେଇ ସାହୁ(୬୫) ମୁଗ ଫସଲକୁ ଜଗିବା ପାଇଁ ଛୋଟ କୁଡ଼ିଆ କରି ବିଲ ନିକଟରେ ଶୋଇଥିବାବେଳେ ହାତୀ ଆକ୍ରମଣରେ କୁଡ଼ିଆଟି ଭାଙ୍ଗି ଯାଇଛି । ବୀରବରଙ୍କ ଛାତିରେ ବାଉଁଶ ବତା ପଶି ଯାଇସେ ଗୁରୁତର ହୋଇଥିବାବେଳେ ପତ୍ନୀ ହରଦେଇଙ୍କ ଆଖିରେ ଆଘାତ ଲାଗିଛି । ସେମାନେ ନିଶ୍ଛିତ ମୃତ୍ୟୁମୁଖରୁ ବର୍ତି ଯାଇଥିଲେ । ସକାଳୁ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଫଳରେ ବନ ବିଭାଗର ନିଦ ହଜିବା ସହ ଅଂଚଳବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *