Saturday , June 3 2023
Breaking News
Home / ବିଶେଷ / ଆନ୍ତର୍ଜାତୀୟ ମହିଳା ଦିବସରେ ରେସୱା ସ୍ୱାଧାରଗୃହ ଅଧିକ୍ଷିକା ସମ୍ବର୍ଦ୍ଧିତ

ଆନ୍ତର୍ଜାତୀୟ ମହିଳା ଦିବସରେ ରେସୱା ସ୍ୱାଧାରଗୃହ ଅଧିକ୍ଷିକା ସମ୍ବର୍ଦ୍ଧିତ

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣାଙ୍କୁ ଜିଲ୍ଲାପାଳ ଅମ୍ରୁତ ଋତୁରାଜ ଟ୍ରଫି, ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଚଳିତବର୍ଷ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ସେବା ପ୍ରଦାନରେ ଉତ୍କର୍ଷତା ନିମନ୍ତେ ଗୃହର ଅଧିକ୍ଷିକା ସୁଶ୍ରୀ ମହାରଣାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ଚିନ୍ମୟୀ ରଥ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁଶ୍ରୀ ମହାରଣାଙ୍କୁ ତାଙ୍କର ଉତ୍ସର୍ଗିକୃତ ସେବା ପାଇଁ ଟ୍ରଫି, ମାନପତ୍ର, ପୁଷ୍ପଗୁଛ ଓରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, ଜିଲ୍ଲା ମମତା ଯୋଜନାର ସଂଯୋଜକ ମନୋରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.