ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ହିନ୍ଦୁସ୍ଥାନ କମ୍ପାନୀ ତରଫରୁ ମଳିପଡ଼ା ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବରିଷ୍ଠ ବିଜେପି ନେତ୍ରୀ ସୋନାଲୀ ସାହୁ,ରଶ୍ମୀ ପଟ୍ଟନାୟକ ଓ ଏଚୟୁଆଇଏଲର ଜେନେରାଲ ମ୍ୟାନେଜର ତୁଷାର ବଳବନ୍ତରାୟଙ୍କ ମାଧ୍ୟମରେ ମଳିପଡ଼ା, ଚମ୍ପାଝର, ପାଟଣା ଓ ପାଣିଛତ୍ର ଆଦି ଗ୍ରାମର ଶତାଧିକ ବୃଦ୍ଧ ଓ ଅସହାୟ ବ୍ୟକ୍ତିମାନଙ୍କୁ ପ୍ରଗତି ଅନୁଷ୍ଠାନର ସହାୟତାରେ କମଳ ବଂଟନ କରାଯାଇଛି । ଶେଷରେ ତୁଷାରକାନ୍ତ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । (ଗ୍ରୀଷ୍ମ ଦିନରେ କମଳ ବଂଟନ ? ? ) ଓଡ଼ିଶା ସମାଚାର
