ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ଓପିଟିସିଏଲ୍ ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ପାରାଦୀପ ପୌର ପାଳିକାର ପୂର୍ବତନ ପୌରାଧ୍ୟକ୍ଷ ୰ ଗୋବିନ୍ଦ ଚନ୍ଦ୍ର ତରାଇ ଙ୍କ କନ୍ୟା ପିତାମ୍ବରୀ ମହାପାତ୍ର ଙ୍କୁ ବିଶ୍ୱ ମହିଳା ଦିବସ ରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଓପିଟିସିଏଲ୍ ପକ୍ଷ ରୁ ଶ୍ରେଷ୍ଟ ମହିଳା କର୍ମଚାରୀ ପୁରସ୍କାର ରେ ସମ୍ମାନୀତ କରାଯାଇଛି । ଏହି ଅବସର ରେ ଓପିଟିସିଏଲ୍ କାର୍ଯ୍ୟାଳୟ ରେ ଓଡିଶା ସ୍କିଲ ଡେଭଲପମେଂଟ ଅଥରିଟି ର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଶ୍ରୀମତୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ତରାଇ ପାରାଦୀପ ପୌର ପାଳିକା ର ପ୍ରଥମ ବିଜେଡି ପୌରପାଳ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀମତୀ ମହାପାତ୍ର ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ପାରାଦୀପ ସମେତ ତାଙ୍କ ପୈତୃକ ଗ୍ରାମ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମ ରେ ଖୁସି ର ଲହରି ଖେଳିଯାଇଛି । ଓଡ଼ିଶା ସମାଚାର