ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ସିଆଇଏସଏଫ୍ ୟୁନିଟ୍ ପକ୍ଷରୁ ୫୨ତମ ପ୍ରତିଷ୍ଠା ଦିବସ ନଜସ୍ୱ କମ୍ପଲେକ୍ସ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯବାନଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସିଆଇଏସଏଫ୍ କମାଣ୍ଡା ମାଧବାନନ୍ଦ ବିଶ୍ୱାଳ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ବୋଷ ଦେଶର ସିଆଇଏସଏଫ୍ ର ପ୍ରତିଷ୍ଠା ଓ ଏହି ସଂସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଡେପୁ୍ୟଟି କମାଣ୍ଡା ଧ୍ୟାନ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ପାରାଦୀପ ରିଫାଇନାରୀରେ ଥିବା ସିଆଇଏସଏଫ୍ କମ୍ପଲେକ୍ସ ଠାରେ ମଧ୍ୟ ୫୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ରିଫାଇନାରୀ ମୁଖ୍ୟ ଭି.ଏସ.ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ସମାଦେଷ୍ଟା ସୁଧିର କୁମାର ଏବଂ ସହାୟକ ସମାଦେଷ୍ଟା ପ୍ରମୋଦ କୁମାର ସେଠୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର