Friday , May 20 2022
Home / ବିଶେଷ / ପାରାଦୀପ ବନ୍ଦର ଦ୍ୱାରା ୫୦ତମ ସୁରକ୍ଷା ସପ୍ତାହ ଉଦଯାପିତ

ପାରାଦୀପ ବନ୍ଦର ଦ୍ୱାରା ୫୦ତମ ସୁରକ୍ଷା ସପ୍ତାହ ଉଦଯାପିତ

ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ୫୦ତମ ଜାତୀୟ ସୁରକ୍ଷା ସପ୍ତାହ ବୁଧବାର ଉଦଯାପିତ ହୋଇଯାଇଛି । ବନ୍ଦର ୪ନମ୍ବର ଗେଟ୍ ଠାରେ ଆୟୋଜିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଏ.କେ.ବୋଷ ଜାତୀୟ ସୁରକ୍ଷା ପତାକା ଅବତରଣ କରି ସାପ୍ତାହିକ ସୁରକ୍ଷା କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ଏହି ଅବସରରେ ଡକ୍ ସେଫ୍ଟି ର ସହ ନିର୍ଦ୍ଧେଶକ ପି.ଗୋପିନାଥଙ୍କ ସମେତ ବନ୍ଦରର ଉଚ୍ଚପଦସ୍ତ ଅଧିକାରୀ ଓ ବ୍ୟବହାରକାରୀ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ସୁରକ୍ଷା, ରଚନା, ବକୃତା ଓ ପୋଷ୍ଟର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ବନ୍ଦର ସିଏମଇ ଏସ୍.କେ.ଦାସ ପୁରସ୍କୃତ କରିଥିଲେ । ବନ୍ଦର ସୁରକ୍ଷା ଅଧିକାରୀ ପି.କେ.କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *