ଜୁନାଗଡ଼, ୧୦/୦୩/୨୦୨୧(ଓଡ଼ିଶା ସମାଚା˜ ରାକେଶ ବେମାଲ)-ଆଜି ଜୁନାଗଡ଼ କଲମପୁର ଛକରେ ଥିବା କାଂଚନ ଜୁଏଲାରୀ ଦୋକାନ ଖୋଲିବା ସମୟରେ ସୁନା , ରୁପା ବ୍ୟାଗ ନେଇ ଦୁର୍ବୃତ ଫେରାର ହୋଇଯାଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁର ଛକସ୍ଥିତ କାଂଚନ ଜୁଏଲାରୀ ର ମାଲିକ ଆଜି ଦୋକାନ ଖୋଲିବା ପାଇଁ ଚାବି ନେନ୍ଥା ବାହାରକରି କୋଲପ ଖୋଲିବା ବେଳେ ସୁନା ରୂପା ଥିବା ବ୍ୟାଗ ଟି ସେଠାରେ ରଖି ଚାବି ଖୋଲୁଥିଲେ । ଏହି ସମୟରେ ମୋଟରସାଇକେଲ ରେ ଦୁଇ ଜଣ ଦୁର୍ବୃତ ହଠାତ ଆସି ସେହି ସୁନା ରୂପା ଥିବା ବ୍ୟାଗ ଟି ଲୁୂଟିନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଓଡ଼ିଶା ସମାଚାର