Friday , May 20 2022
Home / ତାଜା ଖବର / ତାଜା ଖବର : ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ : ଅନ୍ୟ ଦୁଇ ଜଣ ଗୁରୁତର -ମେଡିକାଲରେ ଚିକିତ୍ସାଧୀନ

ତାଜା ଖବର : ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ : ଅନ୍ୟ ଦୁଇ ଜଣ ଗୁରୁତର -ମେଡିକାଲରେ ଚିକିତ୍ସାଧୀନ

ବାଲିଗୁଡା,୧୦/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ (୧୨)।ସୂଚନା ମୁତାବକ, ବେଲକାଟି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ମଶାରି ବଣ୍ଟନ ହେଉଥିଲା । ଏଥିପାଇଁ ଗ୍ରାମର ସବୁ ମା ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ । ତେବେ ଉକ୍ତ ତିନି ଜଣ ପିଲା ସେମାନଙ୍କ ମା ଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ମଶାରି ପାଇଁ ଯାଇଥିଲେ । ମଶାରି ବଣ୍ଟନ ଚାଲିଥିବା ବେଳେ ଉକ୍ତ ତିନି ଜଣ ସ୍ଥାନୀୟ ବେଲକାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ଯାଇ ଖେଳିଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିଥିଲା । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ରିଷିକାକୁ ଡାକ୍ତର ମୃତ ଘୋଷାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *