Tuesday , March 28 2023
Home / ବିଶେଷ / ଠିକାଦାର ଙ୍କ ଆକ୍ରମଣକାରୀ ଙ୍କୁ ଗିରଫ ଦାବି ରେ ପିପିଏଲ୍ ଫାଣ୍ଡି ଆଗ ରେ ଧାରଣା

ଠିକାଦାର ଙ୍କ ଆକ୍ରମଣକାରୀ ଙ୍କୁ ଗିରଫ ଦାବି ରେ ପିପିଏଲ୍ ଫାଣ୍ଡି ଆଗ ରେ ଧାରଣା

ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ଫେବୃୟାରୀ ମାସ ୨୬ ତାରିଖ ଦିନ ପାରାଦୀପ ପିପିଏଲ୍ ସାର କାରଖାନା ପରିସର ରେ ଥିବା ଏମଓପି ସାଇଟ୍ ରେ ପାରାଦୀପ ର ଏକ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନ ର ଶତାଧିକ ଶ୍ରମିକ ଆସି ଠିକାଦାର ନବଘନ ସ୍ୱାଇଁ ଙ୍କୁ ଦାଦାବଟୀ ମଗିଥିଲେ । ନବଘନ ଦାଦାବଟି ନ ଦେବାରୁ ସେମାନେ ନବଘନ ଙ୍କୁ ଆକ୍ରମଣ କରିଥିଲେ । ଥାନା ର କର୍ମଚାରୀମାନେ ଆହତ ନବଘନ ଙ୍କୁ ଚିକିସôା ନିମନ୍ତେ ଡାକ୍ତରଖାନା ନେଇଥିଲେ । ଏହି ଆକ୍ରମଣ ଘଟଣା ର ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଯିବା ପ୍ରତିବାଦ ରେ ପିପିଏଲ୍ ଜମିହରା ପରିବାର ପକ୍ଷରୁ ଶାନ୍ତିପୂର୍ଣ ଧାରଣା ଦିଆଯାଇଥିଲା । ନବଘନ ପିପିଏଲ୍ ପରିସର ରେ ଛୋଟ ମୋଟ ଠିକା କାମ କରନ୍ତି ।   ଏହି ଘଟଣା ର ଖବର ସଂଗ୍ରହ ନିମନ୍ତେ ଯାଇଥିବା କିଛି ଗଣମଧ୍ୟମ ପ୍ରତିନିଧି ଙ୍କୁ ଧାରଣାସ୍ଥଳ କୁ ଛାଡି ନଥିଲେ ପିପିଏଲ କର୍ତୃପକ୍ଷ । ଯାହାକୁ ନେଇ ସେଠା ରେ ଗଣମଧ୍ୟମ ପ୍ରତିନିଧ  ପିପିଏଲ କର୍ତୃପକ୍ଷ ଙ୍କୁ ଅବଗତ କରିଥିଲେ । ଠିକାଦାର ନବଘନ ଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ରେ । ଓଡ଼ିଶା ସମାଚାର

Leave a Reply

Your email address will not be published.