Sunday , April 2 2023
Breaking News
Home / ବିଶେଷ / ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୧ ଉଦଯାପିତ

ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୧ ଉଦଯାପିତ

ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଜୟଦେବ ସଦନ ଠାରେ କ୍ୟାନମାସ୍ ଦ୍ୱାରା ଆୟୋଜିତ ୧୮ତମ ଜାତୀୟ ନାଟକ ମହୋତ୍ସବ ‘କ୍ୟାନଫେଷ୍ଟ-୨୦୨୧ ବୁଧବାର ସଂନ୍ଧ୍ୟାରେ ସଫଳତାର ସହ ଉଦଯାପିତ ହୋଇଯାଇଛି, ଦୀର୍ଘ ଛଅ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କଳା ଅନୁଷ୍ଠାନ ନିଜର ଶ୍ରେଷ୍ଠ ନାଟକ ମାଧ୍ୟମରେ ସେମାନଙ୍କର କଳା ନୈପୁଣୀ ପ୍ରଦର୍ଶନ କରିଥିଲେ । ଉଦଯାପନୀ ସଂନ୍ଧ୍ୟାରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ଆଇଓସିଏଲ ପାରାଦୀପ ରିଫାଇନାରୀ ମୁଖ୍ୟ ପରିଚାଳକ ଅରୁପ କୁମାର ଭଗବତୀ, ବିଶିଷ୍ଟ ନିର୍ଦ୍ଧେଶକ ତଥା ଓଡିଶା ସଂଗୀତ ନାଟକ ଏକାଡେମିର ସଂପାଦକ ପ୍ରବୋଧ ରଥ, ଦି ପଲିଟିକାଲ ବିଜିନେସ ଦୈନିକ ଇଂରାଜୀ ର ରେସିଡେଂଟ ଏଡିଟର ବିଜୟ କେତନ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କ୍ୟାନମାସ୍ ର ଏପରି ନାଟକ କଳା ର ପ୍ରୋତ୍ସାହନକୁ ଭୁୟସୀ ପ୍ରସଂଶା କରିଥିଲେ । ଉଦଯାପନୀ ସଂନ୍ଧ୍ୟାରେ କଲିକତାର ସୁଦ୍ରକ ନାଟ୍ୟ ସଂସ୍ଥା ଦ୍ୱାରା ବଙ୍ଗଳା ଭାଷୀ ନାଟକ ‘ତିଥିନିର ପ୍ରଦର୍ଶିତ ହୋଇଥିଲା । ସୂଚନାଥାଉକି ଏହି ମହୋତ୍ସବକୁ କ୍ୟାନମାସ୍ ର ସଭାପତି ଅତୁଲ୍ୟ କୁମାର ମହାପାତ୍ର ଓ ସମ୍ପାଦକ ଶ୍ରୀମନ ନାରାୟଣ ମିଶ୍ର ପରିଚାଳନା କରିଥିବା ବେଳେ ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.