ଭୁବନେଶ୍ୱର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ ) ଦ୍ୱାରା ପରିଚାଳିତ +୨(ଦ୍ୱାଦଶ) ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଦାଖଲ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ +୨ ପରିଷଦ ପରୀକ୍ଷାପାଇଁ ଫର୍ମୂରଣର ଶେଷ ତାରିଖ ମାର୍ଚ୍ଚ ୩ ନିର୍ଦ୍ଧାରିତ ହୋଇଥିଲା । ତେବେ ସିଏଚଏସଇ ବୋର୍ଡ ଅଧୀନ ରେଗୁଲାର, ଏକ୍ସ ରେଗୁଲାର୍ ଓ କରେସ୍ପଣ୍ଡେନ୍ସ୍ କୋର୍ସ ଛାତ୍ରଛାତ୍ରୀମାନେ ୩୫୦ ଟଙ୍କା ଜୋରିମାନା ଦେଇ ମାର୍ଚ୍ଚ ୯ରୁ ୧୦ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ । ସେହିପରି ଚଳିତ ମାସ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଫି’ ଦାଖଲ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ବର୍ଦ୍ଧିତ ଫର୍ମ ପୂରଣ ତାରିଖ ସମ୍ପର୍କରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ବୋର୍ଡ ଅବଗତ କରିଛି । ଓଡ଼ିଶା ସମାଚାର