କଟକ, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ସ୍ଥିତ ଯୁବ ୟୁଥ କ୍ଲବ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ବରଡା କ୍ରିକେଟ କ୍ଲବ-କଇଜଙ୍ଗା ୫ ଓଭର ରେ ୫୨ରନ କରି ବିଜୟ ଲାଭକରି ବିଜୟୀପଦକ ସହ ୧୩୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ କିଶନନଗର କ୍ରିକେଟ କ୍ଲବକୁ ରନର୍ସକପ ସହ ୯୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲାବେଳେ ଅତିଥିଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଯୋଜକ ତନ୍ମୟ ଦାଶ, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ଗୁରୁ ମହାଦେବ ମହାରଣା, ଅଲେଖ ଚନ୍ଦ୍ର ବେଉରା, ସମାଜସେବୀ ପ୍ରଦୀପ ମହାଳି, ଅଭିରାମ ସାହୁ, ଦୀପକ ସାହୁ, ସୁରେଶ ଜେନା, କୃଷକ ବଂଧୁ ଦେବୀ ପ୍ରସାଦ ପତି, ବିଜୟ ନାୟକ, ଜୀବନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ରେ ଅମ୍ପେୟାରଭାବେ ବବୁଲ,ସିଲୁ, ଲିପୁ, ଗେଟ ଏବଂ କାର୍ୟ୍ୟକର୍ତା ଲିପୁ ,ସୌମ୍ୟ ,ଲାଲଟୁ, ଇଂ.ଅମୀୟ, ଚନ୍ଦନ,ମୁନା, ଟୁଟୁନ, ପିଣ୍ଟୁଆ, କୁନମୁନ,ସିଲୁ, ଧନ, ବିଭୁ,ଗେଲୁ,ନଖିଆ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର