ରଘୁନାଥପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)-ମୋ ସ୍କୁଲ ଅଭିଯାନର ରାଜ୍ୟ ସଂଯୋଜକ ତଥା ପ୍ରୋଗ୍ରାମ ଅଫିସର ହିମାଂଶୁ ଭୁଷଣ ଓଝା ରିଲେସନସିପ୍ ଅଫିସର ତନ୍ମୟା ଦାସ , ମୈତ୍ରୀ ବାବୁ ଜୋନାଲ ଅଫିସର ରିତା ବୋରା , ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନ କୁ ପରିଦର୍ଶନ ରେ ଆସି ମୋ ସ୍କୁଲ ଅଭିଯାନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ଉପସ୍ଥିତ ଆଲୁମିନିଙ୍କ ସହ ମୋ ସ୍କୁଲ ଅଭିଯାନର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶାପତ୍ର ପ୍ରଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ଶ୍ରେଶୀ ଗୃହର ପୁନରୁଦ୍ଧାର, ଛାତ୍ର ଛାତ୍ରୀଙ୍କ ଆସବାବପତ୍ର , ପାନୀୟ ଜଳ ଯୋଗାଣ , ନୂତନ ମୁଖ୍ୟ ଫାଟକ ଇତ୍ୟାଦି ବୁଲି ଦେଖିଥିଲେ । ଏହି ଅଭିଯାନରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦାନ କରି ବିଦ୍ୟାଳୟର ଉନ୍ନତି କରିପାରିଲେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ ସାକାର ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ମଣ୍ଡଳ ଶିକ୍ଷାଧିକାରିଣୀ ରାଜଶ୍ରୀ ସାହୁ, ସ୍କୁଲ ର ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର, ପରିଚାଳନା ସମିତିର ସଭାପତି ଇଂ ବାବାଜୀ ଚରଣ ଜେନା, ଆଲୁମିନି କମିଟିର ଉପସଭାପତି ବଟକୃଷ୍ଣ ନାୟକ, ଏଓଏମସି ସଭାପତି ପଂଚାନନ ବାରିକ , ଜୟପ୍ରକାଶ ମହାନ୍ତି , ରାଜେସ ବାରିକ, ଲିଙ୍ଗରାଜ ସ୍ୱାଇଁ, ବିବେକାନନ୍ଦ ଖୁଂଟିଆ, ବିକ୍ାଶ ଭୋଇ, ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ସୁଧୀର କୁମାର ନାୟକ, ସୁବାସ ଚନ୍ଦ୍ର ନାୟକ, ବନ୍ଦନା ନାୟକ, ବିଷ୍ଣୁ ଚନ୍ଦ୍ର କର, ସୁଧୀର ସାହାଣୀ, ଧରଣୀଧର ଜେନା, ସୁରେନ୍ଦ୍ରନାଥ ଦ୍ୱିବେଦୀ , ଯଶୋବନ୍ତୀ ରାଉତ, କଳ୍ପନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର