ପାରାଦୀପ,୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଗତ କିଛି ଦିନ ତଳେ ପାରାଦୀପ ଉପକଣ୍ଠ ଭୁତୁମୁଣ୍ଡାଇ ନିକଟରୁ ଜଣେ ବ୍ୟକ୍ତି ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ଗିରଫ ହେବାର ର ଅଳ୍ପ ଦିନ ବ୍ୟବଧାନ ରେ ସୋମବାର ଦିନ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଏହି କାରବାର ରେ ଦୁଇ ଜଣ ମହିଳା ଗିରଫ ହୋଇଛନ୍ତି । ପାରାଦୀପଗଡ ଇଲେକ୍ଟ୍ରି ଅଫିସ ପାଖ ଓ ନରେନ୍ଦ୍ରପୁର ରାସ୍ତା ପାଖ ରୁ ଏହି ଦୁଇ ମହିଳା ଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ବିଭାଗ । ଗିରଫ ଦୁଇ ମହିଳା ହେଲେ ଶୈଳବାଳା ସୁତାର ଓ ଅଂଜୁ ଲତା ମଲ୍ଲିକ । ପାରାଦୀପ ଅବକାରୀ ବିଭାଗ ସେମାନଙ୍କ ଠାରୁ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିବା ଜଣାପଡିଛି । ପାରାଦୀପଗଡ, ଭୁତମୁଣ୍ଡାଇ, ଦୋଛକି, ଅଠରବାଙ୍କି,ପାରାଦୀପ ସମୁଦ୍ର କୂଳ ଅଂଚଳ ରେ ଏହି ଧଳା ଜହର ବିକ୍ରି ହେଉଥିବା ସୂଚନା ମିଳିଛି । ଏହି ବ୍ୟବସାୟ ରେ ଯୁବକ ମାନେ ନିୟୋଜିତ ହୋଇଥିବା ବେଳେ ଏବେ ମହିଳା ମାନଙ୍କୁ ସାମିଲ କରାଯାଉଥିବା ଜଣାପଡିଛି । ଦିନ କୁ ଦିନ ପାରାଦୀପ ଅଂଚଳ ରେ ସକ୍ରିୟ ହେଲେଣି ଧଳା ଜହର ବ୍ୟବସାୟୀ । ପୋଲିସ୍ ଓ ଅବକାରୀ ବିଭାଗ ଏଥି ପ୍ରତି ସଜାଗ ହେବାକୁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର