ବେଗୁନିଆ, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବେଗୁନିଆ ଶାଖା ପ୍ରାଙ୍ଗଣରେ ସ୍ୱେଚ୍ଛସେବୀ ଅନୁଷ୍ଠାନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱିସ୍ୱ) ସହଯୋଗରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଖୋରଧା ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ମହିଳାଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂକ୍ରାନ୍ତରେ କହିଥିଲେ । ମହିଳାମାନେ ନିଜକୁ ଅବଳା ଦୁର୍ବଳା ନଭାବି ମନୋବଳ ଦୃଢ ଲାଗି ଆହ୍ୱାନ ଦେଇଥିଲେ । ୱିସ୍ୱର ସମ୍ପାଦିକା ଜ୍ୟୋସ୍ନା ଦାସ କହିଥିଲେ ଯେ ଆଜିର ଦିନ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ହୋଇଥିବାବେଳେ ଏଥିରେ ଉଭୟ ମହିଳା ଓ ପୁରୁଷଙ୍କ ଯୋଗଦାନ ଉତ୍ସାହଜନକ । ଶ୍ରୀମତୀ ଦାସ କହିଥିଲେ ଯେ ଆମେ ସମସ୍ତେ ଜାଣିଛେ ନାରୀ ହେଉଛି ସୃଷ୍ଟିକର୍ତ, ନାରୀ ପାଳନକର୍ତା ଓ ନାରୀ ମଧ୍ୟ ସଂହାରକର୍ତା । ନିଜ ପରିବାର ଓ ସମାଜର ରକ୍ଷାପାଇଁ ନାରୀ ବିଭିନ୍ନ ରୂ ଧାରଣ କରିବା ଇତିହାସରେ ଅନେକ ନଜିର ରହିଛି । ଓଡ଼ିଶା ସମାଚାର