Sunday , April 2 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ଇଫକୋରେ ରସାୟନିକ ଦୁର୍ଘଟଣା  ଜରୁରୀକାଳୀନ ପ୍ରସ୍ତୁତି ଅଭ୍ୟାସ କୌଶଳ

ପାରାଦ୍ୱୀପ ଇଫକୋରେ ରସାୟନିକ ଦୁର୍ଘଟଣା  ଜରୁରୀକାଳୀନ ପ୍ରସ୍ତୁତି ଅଭ୍ୟାସ କୌଶଳ

ପାରାଦ୍ୱୀପ,୦୯/୦୩/୨୦୨୧(ଓଡ଼ିଶା ସମାଚାର)- ରସାୟନିକ ଦୁର୍ଘଟଣାରେ ଜରୁରୀକାଳୀନ ଯୋଜନା, ପ୍ରସ୍ତୁତି ଓ ଦାୟିତ୍ୱ ନିମିତ ଏକ ଅଭ୍ୟାସ କୌଶଳ ବା ମକ୍ ଡ୍ରିଲ ପାରାଦ୍ୱୀପ ଇଫକୋ ପରିସରରେ ସୋମବାର ଦିନ ଆୟୋଜିତ ହୋଇଯାଇଛି । ସଂପ୍ରତି କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଏହି ମକ ଡ୍ରିଲ ରେ ସାମାଜିକ ଦ୍ୱରତ୍ୱ, ମାସ୍କ ପରିଧାନ, ସଠିକ ସାନିଟାଇଜେସନ, ବିନା ଜନସମାଗମ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ଇଫକୋ ବୈଷୟିକ ନିର୍ଦ୍ଧେକ ଜି.କେ.ଗୌତମ ଏବଂ ଫ୍ୟାକ୍ଟି୍ର ଆଣ୍ଡ ବଏଲର ପାରାଦ୍ୱୀପ ଶାଖା ସହ ନିର୍ଦ୍ଧେଶକ ଚନ୍ଦ୍ରକାନ୍ତ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭ୍ୟାସ କୌଶଳକୁ ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଫକୋ  ପାରାଦ୍ୱୀପ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ, ଜେ.ଜି.ଏମ୍ ଆର୍.କେ.ପାଣ୍ଡେ, ଫାୟାର ସେଫ୍ଟି ସିନିୟର ମ୍ୟାନେଜର ଏସ୍.କେ.କାମ୍ବଲେ, ଡକ୍ ସେଫ୍ଟି ଅତିରିକ୍ତ ସହ ନିର୍ଦ୍ଧେଶକ ପି.ଗୋପିନାଥ, ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମକ୍ଡି୍ରଲ୍ରେ ଏନ୍ଡିଆର୍ଏଫ୍, ଆଇଓସିଏଲ ପାରାଦ୍ୱୀପ ରିଫାଇନେରୀ, ପିପିଏଲ୍, ପାରାଦ୍ୱୀପ ବନ୍ଦର, ବିପିସିଏଲ, ଏଚପିସିଏଲ୍ ଇତ୍ୟାଦି ବହୁ ଶିଳ୍ପାନୁଷ୍ଠାନ ର ଅଧିକାରୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.