ରଘୁନାଥପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଶହ ଶହ ଚାଷୀ ଟୋକନ ପାଇ ମାସ ମାସ ଧରି ଅପେକ୍ଷା କରିଥିଲେ ମଧ୍ୟ ରଘୁନାଥପୁର ବ୍ଲକର ମଣ୍ଡିମାନଙ୍କରେ ଧାନ କିଣିବା ପାଇଁ ଆଉ ଟାର୍ଗେଟ ନାହିଁ ବୋଲି କହି ଚାଷୀଙ୍କ ଠାରୁ ଧାନ ନେଉ ନାହାଁନ୍ତି । ଅନ୍ୟ ପକ୍ଷରେ ଆଜକୁ ତିନି ମାସ ଧରି ବିଭିନ୍ନ ମଣ୍ଡରେ ବେପାରି ମାନଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ସେମାନଙ୍କ ଠାରୁ ଶହ ଶହ କୁଇଂଟାଲ ଧାନ ମଣ୍ଡିରେ କିଣୁଥିବା ବେଳେ ପ୍ରକୃତ ଛାଷୀଙ୍କ ଠାରୁ ଧାନ ଏ ପର୍ଯ୍ୟନ୍ତ କିଣାଯାଇ ନାହିଁ । ଧାନ କିଣାରେ ବିଭିନ୍ନ ମଣ୍ଡିରେ ବ୍ୟପକ ଅନିୟମିତତା ହୋଇଥିବା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଆସୁଅଛୁ । ତାହର ଜ୍ୱଳନ୍ତ ଉଦାହରଣ ହେଉଛି ଚିକିଣିଆ ମଣ୍ଡି ଓ ରେଢୁଆ ମଣ୍ଡି । ଆଜି ରେଢୁଆ ସମବାୟ ସମ୍ମୁଖରେ ମଣ୍ଡିରେ ଧାନ ନେବା ଦାବିରେ ଦ୍ୱିତୀୟବାର ଅନଶନରେ ବସିଥିଲେ । ଏହି ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା, ଏ.ସି.ଏସ୍.ଓ ପ୍ରଫୁଲ୍ଲ ବେହେରା, ରଘୁନାଥପୁର ବ୍ଲକର ଏମ୍.ଆଇ. ମୋଚିରାମ ଦାସ, ଏ.ଆର କାଦମ୍ବିନୀ ପଟ୍ଟନାୟକ, ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ପୋଲିସ ଏସ୍.ଆଇ ହିତାୟତ ଅହମ୍ମଦ, ଅନଶନ ସ୍ଥଳରେ ପହଂଚି ଅନସନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀ ମାନେ ସେମାନଙ୍କ ଦାବିରୁ ଓହରି ନଥିଲେ । ଶେଷରେ ସି.ଏସ୍.ଓ ଦୁଇଦିନ ମଧ୍ୟରେ ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ପ୍ରତିଶୃତି ଦେବାପରେ ଅନସନ ପ୍ରତ୍ୟାହୃତ ହୋଇଥିଲା । ଏହି ଅନସନରେ ଜିଲ୍ଲା କୃଷକ ସଂଗଠନର ସଭାପତି ଗୋବିନ୍ଦ ଜେନା, ଉପସଭାପତି ଶାରଦା ପ୍ରସାଦ ରାୟ, ସଂଗଠନର ଉପଦେଷ୍ଟା ଅଜୟ ନାୟକ, ବିପିନୀ ବିହାରୀ ସ୍ୱାଇଁ ପୂର୍ବତନ ସରପ ତପନ ମଲ୍ଲିକ, ଚାଷୀ ସୁନିଲ କୁମାର ଜେନା, ଚାଷୀ ଶାରଦ ଚରଣ ବେହେରା, ଚାଷୀ ପ୍ରିୟ ରଂଜନ ମହାପାତ୍ର, ଚାଷୀ ରବନ୍ଦ୍ର ମଲ୍ଲିକ ପ୍ରମୁଖ ଅନସନରେ ବସିଥିଲେ । ଓଡ଼ିଶା ସମାଚାର