କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସୁଶ୍ରୀ ଶୃତିକିର୍ତୀ ଆଚାର୍ଯ୍ୟି, ସମ୍ମାନୀତ ଅତିଥି ଭାବେ ଏଡିଏମଓ ଡା. ନୃପେନ୍ଦ୍ର କୁମାର ଶତପଥୀ, ପୋଲିସ ଇନିସପେକ୍ଟର ସଶ୍ମିତା ବେହେରା, ଆଇନଜୀବି ରମଣୀରଞ୍ଜନ ରାଉତରାୟ, ସୁଶାନ୍ତ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଭାଗବତପୁର ସରପଂଚ ଧରଣୀଧର ଦାସ,ଆଇ.ସି.ଡି.ଏସ.ର ସୁପରଭାଇଜର ସୁଲୋଚନା ନାୟକ, ମହିଳା ମହାସଙ୍ଘର ସଭାନେତ୍ରୀ ବାସନ୍ତୀ ମହାରଣା, ସମ୍ପାଦିକା ପ୍ରମିଳା ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନାରୀ ଶିକ୍ଷା, ଯୌତୁକ ନିର୍ଯ୍ୟାତନା, ପାରିବାରିକ ନିର୍ଯ୍ୟାତନା, ମହିଳା ସଶକ୍ତିକରଣ ପ୍ରଭୃତି ସମ୍ପର୍କରେ ଆଇନଗତ ପରାମର୍ଶ ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର