୪ର୍ଥ ଓ ୫ମ ସଂନ୍ଧ୍ୟାରେ ଓଡିଆ ନାଟକ ସ୍ୱୟମ୍ବର ଓ ହିନ୍ଦି ନାଟକ ନେପଥ୍ୟ ମେ ଶକୁନ୍ତଳା ପ୍ରଦର୍ଶିତ
ପାରାଦ୍ୱୀପ ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଜୟଦେବ ସଦନ ପ୍ରାଙ୍ଗଣରେ ୬ଦିନ ବ୍ୟାପି ହେଉଥିବା ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୧ ଭରପୁର ଦର୍ଶକରେ ସଫଳତାର ସହ ଆଗେଇ ଚାଲିଛି । ଏହି ମହୋତ୍ସବର ଚତୁର୍ଥ ସଂନ୍ଧ୍ୟାରେ ପାରାଦ୍ୱୀପ ର ଶ୍ରୀ ଶ୍ରୀ ଜଗନ୍ନାଥ ଲଳିତ କଳା ମଣ୍ଡପ ନାଟକ ଅନୁଷ୍ଠାନ ଦ୍ୱାରା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଧେଶିତ ଓଡିଆ ନାଟକ ‘ସ୍ୱୟମ୍ବର’ ମଂଚସ୍ଥ ହୋଇଥିବା ବେଳେ, ପଂଚମ ସଂନ୍ଧ୍ୟାର ଭୋପାଳର ସ୍ୟାଡୋ ଥିଏଟର ଦ୍ୱାରା ମନୋଜ ନାଏର ନିର୍ଦ୍ଧେଶିତ ହିନ୍ଦି ଭାଷୀ ନାଟକ ‘ନେପଥ୍ୟ ମେ ସକୁନ୍ତଳା’ ପ୍ରଦର୍ଶିତ ହୋଇଥିଲା । ଏହି ନାଟକକୁ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ । ତେବେ ବୁଧବାର ଶେଷ ଷଷ୍ଠ ସଂନ୍ଧ୍ୟାରେ କଲିକତାର ସୁଦ୍ରକ ନାଟ୍ୟ ସଂସ୍ଥାଦ୍ୱାରା ଦେବାଶିଷ ମଜୁମଦାରଙ୍କ ନିର୍ଦ୍ଧେଶିତ ବଙ୍ଗଳା ନାଟକ ‘ତିଥିମିର’ ପ୍ରଦର୍ଶିତ ହେବ । ଓଡ଼ିଶା ସମାଚାର