କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଂଚାୟତ ମହିଳା ମହାସଂଘର ଏମବିକେ ରଶ୍ମିତା ନାୟକ, ପଂଚାୟତର ସମସ୍ତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତାମାନେ ଯୋଗଦେଇ ମହିଳା ଦିବସ ପାଳନର ତାତପର୍ଯ୍ୟ, କରୋନା ସଚେତନତା ଓ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୋଭିଡ-୧୯ ସମୟରେ ପଂଚାୟତର ଲୋକମାନଙ୍କୁ ଉତମ ସେବା ଯୋଗାଇ ଦେଇଥିବା ୧୦ଜଣ ଆଶାକର୍ମୀ ଓ ଅଙ୍ଗନୱାଡିକର୍ମୀ ଏବଂ ୧୦ଜଣ ସ୍ୱେଛାସେବୀଙ୍କୁ ସିଲଡ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ପଂଚାୟତ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତର ନାୟବ ସରପଂଚ ବେବିନା ମଳିକଙ୍କ ସମେତ ସମସ୍ତ ମହିଳା ୱାର୍ଡସଭ୍ୟା ଓ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର