Tuesday , March 28 2023
Home / ତାଜା ଖବର / ଗାଡ଼ି ଡ଼ିକିରୁ ୨୦ ହଜାର ଟଙ୍କା ଚୋରୀ

ଗାଡ଼ି ଡ଼ିକିରୁ ୨୦ ହଜାର ଟଙ୍କା ଚୋରୀ

ଗରଦପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ମାହାଳ ବଜାରରୁ ଏକ ବାଇକ ର ଡ଼ିକି ଭାଙ୍ଗି ୨୦ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୋଲିସ ସୂତ୍ରରୁ ମିଳିଥିବା ଅଭିଯୋଗରୁ ପ୍ରକାଶ ଯେ ସ୍ଥାନୀୟ ଜଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ୱାଇଁ ଆଜି ନିକଟସ୍ଥ ମାହାଳ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ସ୍କୁଲ ମଧ୍ୟାହ୍ନ ଭୋଜନ ଏକାଉଂଟରୁ ୨୫ ହଜାର ୪୮୦ ଟଙ୍କା ଉଠାଇଥିଲେ ।  ସେଥିରୁ ୨୦ ହଜାର ଟଙ୍କା ବାଇକ୍ ଡ଼ିକିାର ରଖିଥିଲେ ଓ ଅବଶିଷ୍ଟ ୫ ହଜାର ୪୮୦ ଟଙ୍କା ନିଜ ପକେଟ ରେ ରଖିଥିଲେ । ପରେ ବାଇକ୍ ରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯେ କି ମାହାଳସ୍ଥିତ ଶ୍ରୀ ଲକ୍ଷ୍ମୀ ହୋଟେଲରେ ଥିଲେ, ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ପିଳାମାନଙ୍କୁ କେଉଁ ସମୟରେ ବଂଟନ କରାଯିବ, ସେହି ବିଷୟରେ ସଭାପତିଙ୍କ ସହିତ ଆଲୋଚନା କରିଥିଲେ । କଥାବାର୍ତା ପରେ ଗାଡ଼ି ପାଖରେ ପହଂଚି ଦେଖନ୍ତି ତ କେହି ଦୁର୍ବୃତ ତାଙ୍କ ବାଇକ୍ ନମ୍ବର ଓଡ଼ି ୦୫ ଏୟୁ ୭୧୨୧ ଏହି ଗାଡ଼ି ଡ଼ିକିରେ ଥିବା ୨୦ ହଜାର ଟଙ୍କାକୁ ଡ଼ିକି ଭାଙ୍ଗି ନେଇଯାଇଥିବା ଦେଖିଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ କୋରୁଆସ୍ଥିତ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.