ଗରଦପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳସ୍ଥିତ ପ୍ରସିଦ୍ଧ କାମେଶ୍ୱର ମହାଦେବ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗତ କାଲି ଠାରୁ ଯଜ୍ଞ ମଣ୍ଡପ ଶୋଧନ କରାଯାଇ ଯଜ୍ଞର ଅଙ୍କରା ରୋପଣ କରାଯାଇଥିଲା । ଆଜି ତିକନପୁର, ରାମଚନ୍ଦ୍ରପୁର ଓ ନଡ଼ିଆ ବରାଇ ପଂଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଯଜ୍ଞ ଉପଲକ୍ଷେ ହୋଇଥିବା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନିକଟସ୍ଥ ପହଣା – ପନ୍ଦିଆ ଗ୍ରାମର ଚିତ୍ରୋତ୍ପଳା ନଦୀ କୂଳରେ ବ୍ରାହ୍ମଣ ପଣ୍ଡିତମାନେ ପୂଜା ପାଠ କରି କଳସୀରେ ପବିତ୍ର ଜଳ ଧରି ପ୍ରଥମେ ଯଜ୍ଞ କର୍ତା ବ୍ରଜ କିଶୋର ମିଶ୍ର ଙ୍କୁ ଧାରଣ କରାଇଥିଲେ । କର୍ତା ଶ୍ରୀ ମିଶ୍ରଙ୍କ ସହିତ ୨୦୦ ରୁ ଅଧିକ ମହିଳା ଏକ ରଙ୍ଗର ନବ ବସ୍ତ୍ର ପରିଧାନ କରି କଳସୀ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଆଧ୍ୟାତ୍ମିକ କ୍ଷେତ୍ର କାମେଶ୍ୱର ପୀଠରେ ପହଂଚିଥିଲେ । ପୀଠ କୁ ୭ ଥର ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ କଳସୀ ସ୍ଥାପନ କରାଯାଇଥିଲା । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରୁ ଆସିଥିବା ବ୍ରାହ୍ମଣ ପଣ୍ଡିତମାନେ ଯଜ୍ଞ ବେଦୀରେ ଅଗ୍ନୀ ସଂଯୋଗ କରି ବିଶ୍ୱ ମଙ୍ଗଳ ପ୍ରାର୍ଥନା କରିଥିଲେ । ଟ୍ରଷ୍ଟର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି । କୋଭିଡ଼ କଟକଣା ଭିତରେ ଉତ୍ସବ ପାଳନ କରାଯାଉଛି । ଉଲେଖନୀୟ ଏହିକି କୋଭିଡ଼ ପାଇଁ ଚଳିତ ବର୍ଷ ଏହି ଯଜ୍ଞ ଓ ଜାଗର ଉତ୍ସବକୁ ଖୁବ କାଂଟ ଛାଂଟ କରାଯାଇଛି । ଅପେରା ପରିବେଷଣ , ଲୋକ ମେଳାକୁ ବନ୍ଦ କରାଯାଇଛି । ଓଡ଼ିଶା ସମାଚାର