Thursday , February 2 2023
Breaking News
Home / ବିଶେଷ / କାନକୁଟୁରୁରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ

କାନକୁଟୁରୁରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ

ବୁଗୁଡା, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପଂଚାୟତର କାନକୁଟୁରୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କୁରୁ ଗ୍ରାମ ପଞ୍ଚାୟତର ସରପଂଚ ସୁମିତ୍ରା ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କନକୁଟୁରୁ ଗ୍ରାମର ମାତା ରଶ୍ମିତା ରାଉତ ଓ ପିତା ଅନାଦି ରାଉତ ଙ୍କ ଶିଶୁକନ୍ୟାଙ୍କୁ ” ମୋ ଗେହ୍ଲା ଝିଅ ’ ଭାବେ ବନ୍ଦାପନା କରି ସମ୍ମାନିତ କରା ଯାଇଥିଲା । ସରପଂଚ ଶ୍ରୀମତୀ ରାଉତ ଗେହ୍ଲା ଝିଅଙ୍କୁ ପାଂଚ ଶହ ଟଙ୍କା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ସୁକାନ୍ତି ସାହୁ ଓ ସୁଲତା କୁମାରୀ ଦାଶ ଏବଂ ସହାୟିକା ଲକ୍ଷ୍ମୀ ଜେନା ଓ ପ୍ରତିମା ଗୌଡ଼ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.