କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ଗାୟତ୍ରୀ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ମୁଖ୍ୟ ଅତିଥି, ବିଡିଓ ଅଶ୍ୱିନୀ କୁମାର ଦାସ, ଏବିଡିଓ ଅନିରୁଦ୍ଧ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ମିଶନଶକ୍ତି, ମମତା ପ୍ରଭୃତି ଯୋଜନା ଦ୍ୱାରା କିଭଳି ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତାମାନେ ଯୋଗଦେଇ ମହିଳା ଦିବସ ପାଳନର ଆବଶ୍ୟକତା, କରୋନା ସଚେତନତା ଓ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୋଭିଡ-୧୯ ସମୟରେ ପଂଚାୟତର ଲୋକମାନଙ୍କୁ ସେବା ଯୋଗାଇ ଦେଇଥିବା ଆଶାକର୍ମୀ ଓ ଅଙ୍ଗନୱାଡିକର୍ମୀ ପଂଚାୟତ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ମହିଳା ୱାର୍ଡସଭ୍ୟା ଓ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର