Saturday , April 1 2023
Breaking News
Home / ବିଶେଷ / ୫ କୋଟି ସତୁରି ଲକ୍ଷ ଟଙ୍କା ଅନୁଦାନରେ ୨ଟି ଶିକ୍ଷାନୁଷ୍ଠାନ ଗୃହ ଉଦଘାଟିତ

୫ କୋଟି ସତୁରି ଲକ୍ଷ ଟଙ୍କା ଅନୁଦାନରେ ୨ଟି ଶିକ୍ଷାନୁଷ୍ଠାନ ଗୃହ ଉଦଘାଟିତ

ମହିଳା ସଶକ୍ତିକରଣ  ନବୀନ ବାବୁଙ୍କ ବଡ଼ ଉପଲବ୍ଧ 

 ମାହାଙ୍ଗା,୦୮/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୁଷ୍ପଗିରି କଲେଜ ଏରକଣା ଠାରେ ସତୁରି ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ନୂତନ ଶ୍ରେଣୀଗୃହକୁ ଆଇନି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି ।   ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇଥିଲେ । ସତୁରି ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ନୂତନ କଲେଜ ଗୃହ ନିର୍ମାଣ ଫଳରେ ପୂର୍ବ ମାହାଙ୍ଗାରେ ଉଚ୍ଚ ଶିକ୍ଷା ପାଇଁ ଭିତ୍ତି ଭୂମିର ବିକାଶ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ  ।

ସେହିପରି କଉଡୁକୋଲା ଠାରେ ୫ କୋଟି ଟଙ୍କା ଅନୁଦାନରେ ନିର୍ମିତ ଆଦର୍ଶ ବିଦ୍ୟାଳୟକୁ ଆଇନିମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ  ।  ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନବୀନ ସରକାରଙ୍କ ଐତିହାସିକ ଚିନ୍ତାଧାରାକୁ ମନ୍ତ୍ରୀ ଶ୍ରୀ ଜେନା ସ୍ୱାଗତ କରିଥିଲେ  ।  ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୬୦  ବିଦ୍ୟାର୍ଥୀ ସିବିଏସି କୋର୍ସରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡିଛି  ।

ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ  ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ ନବୀନ ବାବୁଙ୍କ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ମହିଳା ସଶକ୍ତିକରଣ ଉପରେ ସବୁବେଳେ ଯୋର ଦେଇ ଆସିଛି ।

 ସେହିପରି ରାଜ୍ୟରେ ସର୍ବାଧିକ ମହିଳା ଆଜି ଆନ୍ତର୍ଜାତିକ ସ୍ତରରେ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ  ।  ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ, ବିଇଓ ଚକ୍ରଧର ବେହେରା, ଉପାଧ୍ୟକ୍ଷା ରସିଦା ବେଗମ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ  ।

 ଏହି କାର୍ୟ୍ୟକ୍ରମକୁ ସରପଞ୍ଚ ଧୀରେନ୍ଦ୍ର ବିଶ୍ୱାଳ, ଜିଲ୍ଲାପରିଷଦ ହରପ୍ରିୟା ପାଣି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ମହିଳା ବିଜେଡି ସଭାପତି ସସ୍ମିତା ଦାସ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.