Thursday , March 23 2023
Home / ବିଶେଷ / ୩୫ ଦାଦନ ଶ୍ରମିକ ତେଲେଙ୍ଗାନାରେ ବନ୍ଧାପଡ଼ିଛନ୍ତି

୩୫ ଦାଦନ ଶ୍ରମିକ ତେଲେଙ୍ଗାନାରେ ବନ୍ଧାପଡ଼ିଛନ୍ତି

ବଲାଙ୍ଗିର ୦୮/୦୩/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଂଚଳ ଭାବେ ସାରା ଭାରତରେ ବେଶ୍ ଜଣାଶୁଣା । ଏଠାକାର ଅସହାୟ, ଗରିବଶ୍ରେଣୀର ଲୋକମାନେ ସର୍ଦ୍ଧାର ଓ ଦଲାଲମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦି’ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ସେଠାରେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡୁଛି । ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ତଥାପି ସଚେତନତାର ଅଭାବ ଏବଂ ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଲୋକଲୋଚନ କୁ ଆସୁଛି । ଏପରି ଏକଘଟଣା ପୁଣି ଦେଖିବାକୁ ମିଳିଛି । ବଲାଙ୍ଗିରଜିଲ୍ଲା ଲୁହାସିଂହା ଗ୍ରାମର ଲକ୍ଷ୍ମଣ ସାହୁ, ପ୍ରମିଳା ସାହୁ, ବିଶାଖା ସାହୁ, ଜିତୁ ସାହୁ, ଚାଉଳବାଞ୍ଜୀ ଗାଁର ଶିବା ମାଝୀ ଏବଂ ଆହୁରି କେତେକ ଦାଦନ ସୁଦୂର ତେଲେଙ୍ଗାନାରେ ଅକଥନୀୟ ନିର୍ଯାତନା ସହୁଛନ୍ତି । ଏମାନଙ୍କ କହିବା କଥାହେଲା, ବେଲପଡ଼ା ବ୍ଲକ୍ ର ଦାଦନ ସର୍ଦ୍ଧାର୍ ଡିଲେଶ୍ୱର ବେହେରା ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ତେଲେଙ୍ଗାନା ର ଏକ ଇଟାଭାଟିରେ ସମସ୍ତଙ୍କୁ ବିକ୍ରି କରି ଦେଇ ଫେରାର ଅଛନ୍ତି । ଏପଟେ ଇଟାଭାଟି ମାଲିକ ସଲିମ ସେଟ୍ ମହିଳା ଶ୍ରମିକଙ୍କୁ ବିକ୍ରି କରିଦେବ ବୋଲି ଧମକ ଦେଇଛି । ଏସବୁ ଦୁଃଖ କାହାଣୀ ଶ୍ରମିକମାନେ ଫୋନ୍ ମାଧ୍ୟମରେ ଜଣାଇଛନ୍ତି । ପୁରୁଷ ଶ୍ରମିକଙ୍କୁ ସବୁବେଳେ ମାଡ଼ଗାଳି ଦିଆଯାଉଛି ।ସେମାନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟସରକାରଙ୍କୁ ଦାଦନ ଶ୍ରମିକମାନେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.