Monday , March 20 2023
Breaking News
Home / ବିଶେଷ / ସ୍ନେହ ଆନୁକୁଲ୍ୟରେ ବସ୍ତି ମହିଳା ମାନଙ୍କ ଦ୍ୱାରା ଆନ୍ତର୍ଜ୍ୟାତୀୟ ମହିଳା ଦିବସ ପାଳିତ

ସ୍ନେହ ଆନୁକୁଲ୍ୟରେ ବସ୍ତି ମହିଳା ମାନଙ୍କ ଦ୍ୱାରା ଆନ୍ତର୍ଜ୍ୟାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୦୮/୦୩/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍, ନେଚର, ଏଜୁକେସନ୍ ଆଣ୍ଡ ହେଲ୍ଥ (ସ୍ନେହ) ପକ୍ଷରୁ ସ୍ଥାନୀୟ ସାଲିଆ ସାହିର ମେଫେୟାର ନଗର ବସ୍ତିରେ ଆନ୍ତର୍ଜ୍ୟାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ସାଲିଆ ସାହିର ୮ଟି ବସ୍ତିରୁ ୨୦୦ ମହିଳା ଏବଂ କିଶୋରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଓଡିଆ ସିନେ ଷ୍ଟାର ଅଙ୍କିତା ଦାସ ଅତିଥି ରୁପେ ଯୋଗଦେଇ ମହିଳା ମାନଙ୍କ ବିଭିନ୍ନ ଅଧିକାର ଏବଂ ସମାଜ ଗଠନରେ ସେମାନଙ୍କର ବଳିଷ୍ଠ ଭୁମିକା ଉପରେ ଆଲୋକପାତ କରିଥିଲେ । ବସ୍ତିରେ ରହୁଥିବା ମହିଳା ମାନେ ନିଜକୁ ଦୁର୍ବଳ ବା ଅବହେଳିତ ମନେ ନକରି ନିଜର ପ୍ରତିଭାର ବିକାଶ କରି ପୁରୁଷ ସହିତ ସମକକ୍ଷ ହୋଇ ସମାଜରେ ନିଜର ପ୍ରତିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବସ୍ତିର କିଛି ମହିଳା ଗୋଟିଏ ସଚେତନତା ଧର୍ମୀ କ୍ଷୁଦ୍ର ନାଟିକା ପରିବେଷଣ କରିଥିଲେ ।
ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ସ୍ନେହ ଅନୁଷ୍ଠାନ ସାଲିଆ ସାହି ବସ୍ତିରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କାର୍ଯ୍ୟକ୍ରମ କରି ଆସୁଛି । ମହିଳା ସଶକ୍ତି କରଣ ଉପରେ ଗୁରୁତ୍ୱ ପ୍ରଦାନ କରି ପାରିବାରିକ ହିଂସା ହ୍ରାସ କରିବା ଏବଂ ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଧେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ବର୍ଗରେ ବିଜୟିନୀ ମାନଙ୍କୁ ଅତିଥି ମାନ୍ଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ନେହର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅର୍ଥିକ ସହାୟତା ପ୍ରଦାନ କରୁଥିବା କଲିକତାସ୍ଥିତ ମେନୋନାଇଟ୍ ସେଂଟ୍ରାଲ କମିଟି ତରଫରୁ କୁମାରୀ ମଞ୍ଜୁଳା ପଟନାୟକ ଏବଂ ପ୍ରକାଶ ଥାଙ୍କଚନ୍ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.