Tuesday , March 28 2023
Home / ବିଶେଷ / ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପ୍ରିୟଦର୍ଶୀ ପୁଲିସ କମିଶନର ହେଲେ

ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପ୍ରିୟଦର୍ଶୀ ପୁଲିସ କମିଶନର ହେଲେ

ଭୁବନେଶ୍ୱର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଦଳି କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କଟକ-ଭୁବନେଶ୍ଵର ଦୈ୍ୱତନଗରୀ କମିଶନରେଟ ର କମିଶନର ଥିବା ୧୯୯୦ ବ୍ୟାଚ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇ ପୁଲିସ ଗୃହ ନିର୍ମାଣ ଓ ମଙ୍ଗଳ ନିଗମ (ଓପିଏଚଡବ୍ଲୁସି ) ର ନୂଆ ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ କ୍ରାଇମ୍ ବ୍ରାଞ୍ଚ ଏଡିଜି ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପ୍ରିୟଦର୍ଶୀଙ୍କୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ନୂଆ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ପୋଲିସ କମିଶନର ହେବା ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ। ଅର୍ଥାତ ସେ ତାଙ୍କର ପୂର୍ବ ପଦକୁ ଫେରିଛନ୍ତି।
ସେହିପରି ବର୍ତ୍ତମାନର ଓପିଏଚଡବ୍ଲୁସି ସିଏମଡି ତଥା ୧୯୮୮ ବ୍ୟାଚର ଆଇପିଏସ ଏମ. ଅକ୍ଷୟଙ୍କୁ ରାଜ୍ୟ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ (ଡିଜି) ନିଯୁକ୍ତ କରାଯାଇଛି ।
ନୂଆ ପୁଲିସ କମିଶନର ନିଯୁକ୍ତି ପାଇବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋ ଉପରେ ସରକାର ନ୍ୟସ୍ତ କରିଛନ୍ତି, ତେଣୁ ମୁଁ ଏହି ଦାୟିତ୍ୱକୁ ଠିକ ଭାବରେ ତୁଲାଇବି । ଏହା ହିଁ ମୋର ମୁଖ୍ୟ ଲକ୍ଷ୍ୟ ରହିବ । ଏଥିପାଇଁ ମୁଁ ବିଶେଷ ଭାବେ ସରକାରଙ୍କ ନିକଟରେ କୃତଜ୍ଞ ।ଓଡ଼ିଶା ସମାଚାର

Leave a Reply

Your email address will not be published.