କେନ୍ଦ୍ରାପଡ଼ା,୦୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଏକାଦଶତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ୨ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ନଗର ସଙ୍କିର୍ତନ, ହରିନାମ ସହ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମ୍ମିଳନୀରେ ଶ୍ରୀ ଅଭିରାମଙ୍କ କରମଳା ଆଶ୍ରମର ନାମାଚାର୍ଯ୍ୟ ସାଧୁ ଶେଷଦେବବାବା ମହାରାଜ, ସାଧୁ ହରିଶଙ୍କର ବାବା ମହାରାଜ, ସାଧୁ ଆନନ୍ଦ ବାବା ମହାରାଜ ଓ ଲୋକନାଥ ବାବା ମହାରାଜ ଯୋଗ ଦେଇ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁଙ୍କୁ ସତ୍ସଙ୍ଗ ମାଧ୍ୟମରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଅଂଶ ଗ୍ରହଣ କରି ଶାଧୁବାଣୀ ଶ୍ରବଣ କରିଥିଲେ । ଓଡ଼ିଶା ସମାଚାର