Monday , March 27 2023
Breaking News
Home / ବିଶେଷ / ବିଷାକ୍ତ ସର୍ପ ଦଂଶନ ରେ ମହିଳା ଗୁରୁତର

ବିଷାକ୍ତ ସର୍ପ ଦଂଶନ ରେ ମହିଳା ଗୁରୁତର

ନିଶ୍ଚିନ୍ତକୋଇଲି,୦୮.୦୩.୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଆଜି ବିଶ୍ୱମହିଳା ଦିବସ ରେ ବିଷାକ୍ତ ସର୍ପ ଦଂଶନ ରେ ଜଣେ  ମହିଳା ଗୁରୁତର ହୋଇ କଟକ ବଡ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ଖବର ରୁ ପ୍ରକାଶ ଯେ ଜନାର୍ଦନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଢ଼େଇ ସାହିର ପ୍ରଶାନ୍ତ ବାରିକ ଙ୍କ ପତ୍ନୀ ରିତୁ ବାରିକ ଚୁଲିମୁଣ୍ଡରେ ରୋଷେଇ କରୁଥିବା ସମୟରେ ଜାଳ ମଧ୍ୟରେ ଲୁଚି ରହିଥିବା ବିଷାକ୍ତ ନାଗସାପ ତାଙ୍କ ହାତକୁ ଦଂଶନ କରିବାରୁ ସେ ଗୁରୁତର ହୋଇପଡିଥିଲେ।ତାଙ୍କୁ ତୁରନ୍ତ ସାଲେପୁର ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି।ଉକ୍ତ ବିଷାକ୍ତ ସାପକୁ  ସ୍ଥାନୀୟ ଗୋପୀନାଥ ପୁର ଗ୍ରାମର ସାହାସି ଯୁବକ କୌଶଳ ରେ ଧରି ସ୍ଥାନୟ ଜଙ୍ଗଲ ରେ ଛାଡ଼ିଦେଇଥିବା ଜଣାପଡିଛି। ତେବେ ଆଉ ଏକ ନାଗ ସାପ ଉକ୍ତ ବ୍ୟକ୍ତିଙ୍କ ଜାଳ ଭାଡ଼ିମଧ୍ୟ ରେ ପଶିଯାଇ ଲୁଚି ରହିଥିବା ରୁ ଘରଲୋକେ ଆଶଙ୍କାରେ ରହିଥିବା ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.