Sunday , April 2 2023
Breaking News
Home / ତାଜା ଖବର / ବିଧବା ମହିଳାଙ୍କୁ ଦେଢଶୂର ହତ୍ୟା କରିଥିବା ଅଭିଯୋଗ

ବିଧବା ମହିଳାଙ୍କୁ ଦେଢଶୂର ହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମପୁର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଗତକାଲି ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲି ଅଞ୍ଚଳରେ ବାପା-ପୁଅଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବାପର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ପୁଅ ଚିକିତ୍ସାଧିନ ରହିଛି । ଏହି ଘଟଣାର ୨୪ ଘଂଟା ନପୁରୁଣୁ ସଦର ଥାନା ଅଞ୍ଚଳରେ ପୁଣି ଏକ  ହତ୍ୟାକାଣ୍ଡ ଘଟିଛି। ସଦର ଥାନା ଅନ୍ତର୍ଗତ ବାଲିପଦା ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ହେଉଛନ୍ତି ସୁଷମା ବିଷୋୟୀ ।ତେବେ ମହିଳାଙ୍କ ଦେଢଶୂର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.