Monday , March 27 2023
Breaking News
Home / ତାଜା ଖବର / ପୁଅର ଆଖି ଆଗରେ ବାପର ହତ୍ୟା – ପୁଅ ଗୁରୁତର ଆହତ – ଜଣେ ଅଟକ

ପୁଅର ଆଖି ଆଗରେ ବାପର ହତ୍ୟା – ପୁଅ ଗୁରୁତର ଆହତ – ଜଣେ ଅଟକ

ବ୍ରହ୍ମପୁର ୦୮/୦୩/୨୦୨୧(ଓଡ଼ିଶା ସମାଚାର)- ଗଞ୍ଜାମ ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ରବିବାର ରାତି ପ୍ରାୟ ୯ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି । ପୁଅର ଆଖି ଆଗରେ ବାପ କୁ ହତ୍ୟା କରାଯାଇଥିବାବେଳେ ପୁଅ ଗୁରୁତର ଆହତ ହୋଇଛି । ମୃତକ ହେଉଛନ୍ତି ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ଗୁରୁତର ଆହତ ତାଙ୍କ ପୁଅ ପ୍ରଶାନ୍ତ ସେଠୀ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କର ମୃତ୍ୟୁ ଘଟିଛି। ପୁଅ ପ୍ରଶାନ୍ତ ଙ୍କୁ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।
ଉିଳିଥିବା ସୂଚନା ଅନୁସାରେ, କୋରା ଓ ତାଙ୍କ ପୁଅ ପ୍ରଶାନ୍ତ କୌଣସି କାମରେ ସାତକୁଟୁଣୀ ଗ୍ରାମକୁ ଯାଇଥିଲେ। ରାତିରେ ସେମାନେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ପୁଅ ପ୍ରଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବାପା କୋରା ପୁଅକୁ ବଞ୍ଚାଇବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ବାପା, ପୁଅ ଗୁରୁତର ଆହତ ହୋଇଥିଲେ। ଉଭୟେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବାବେଳେ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ। ଖବର ପାଇ କୋରାଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି। ତଦନ୍ତ ଜାରି ରଖିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.