ଗରଦପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଡ଼ିଆରଡ଼ିଏ ସହାୟତାରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ଓଏମଡ଼ିସି ସ୍ୱେଛାସେବୀ ସଂଗଠନ କାର୍ଯ୍ୟାଳୟରେ ଏକ ୩ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ମୁଖ୍ୟ ରୋଟାରିଆନ ମନ୍ମଥ ନାଥ ସାମନ୍ତରାୟ ଶିବିର ଉଦଘାଟନ କରିଥିଲେ । ଗରଦପୁର ପଂଚାୟତ ସମିତି ଅଧିନରେ ଥିବା ଗରଦପୁର ଗ୍ରାମ ପଂଚାୟତର ସମସ୍ତ ୱାର୍ଡ଼ ସଭ୍ୟ ଓ ସଭ୍ୟା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟା ମାନଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହେଉଛି । ଏଥିରେ ମୁଖ୍ୟତ ଗ୍ରାମ ପଂଚାୟତ ବିକାଶ ଯୋଜନା ପ୍ରସ୍ତୁତିରେ ସ୍ୱୟଂ ସହାୟିକା ଗୋଷ୍ଠିର ଭୂମିକା ସମ୍ପର୍କରେ ବତଷଦ ଭାବରେ ଶିକ୍ଷା ପ୍ରଦାନ କରାଯାଉଛି । ଶିବିରରେ ପ୍ରଶିକ୍ଷକ ଭାବେ ନାରାୟଣ ଜେନା, ଶୁଭେନ୍ଦୁ ପ୍ରକାଶ ରାୟ ଯୋଗଦେଇ ପଂଚାୟତ ପ୍ରତିନିଧି ଓ ଗୋଷ୍ଠି ଭିତିକ ଅନୁଷ୍ଠାନ ମଧ୍ୟରେ ଉତମ ସମନ୍ୱୟ ରାକ୍ଷା କରି କିଭଳି ଗ୍ରାମ ପଂଚାୟତର ବିକାଶ ଘଟିବ ସେହି ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରଶିକ୍ଷାର୍ଥôମାନଙ୍କ ନାମ ପଂଜିକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁରେଶ ଚନ୍ଦ୍ର ଚୌଧୁରୀ, ପ୍ରସନ୍ନ କୁମାର ମୁଦୁଲୀ, ସମ୍ଭୁନାଥ ମଲିକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର