ନୂଆପଡ଼ା, ୦୮/୦୩/୨୦୨୧(ଓଡ଼ିଶା ସମାଚାର)- ଆଉ ଦୁଇ ଦିନ ପରେ; ମାର୍ଚ୍ଚ ୧୦ରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ଜିଲ୍ଲା ମୁଖ୍ୟାଳୟ ଓ ଖଡ଼ିଆଲ ଠାରେ ପ୍ରସ୍ତୁତି ଜୋର୍ ସୋରରେ ଚାଲିଛି ।ଆଲୋଚନା ହେଉଛି ଯେ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ବିଜେଡି ନିଜର ଶକ୍ତିପ୍ରଦର୍ଶନ କରିବ । କୋମନା, ବୋଡ଼େନ, ସିନାପାଲି ଓ ନୂଆପଡ଼ା ସମେତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ୍ ପାଇଁ ମୁଖ୍ୟମନ୍ତ୍ରୀ ୪ହଜାର କୋଟି ଟଙ୍କାର ପ୍ରକଳ୍ପରଶିଳାନ୍ୟାସ କରିବେ । ସେଥିମଧ୍ୟରୁ ଜିଲ୍ଲାର କୋମନା ଓ ଖଡ଼ିଆଳ ବ୍ଲକ୍ ମଧ୍ୟ ଭାଗରେ ୨ ହଜାର କୋଟିଟଙ୍କା ବ୍ୟୟ ଅଟକଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିରେ୨୯ହଜାର ୯ ସହ ହେକ୍ଟର ଜମିକୁ ଜଳସେଚନହେବ । ବଲାଙ୍ଗିର ଜିଲ୍ଲାର ବେଙ୍ଗାମୁଣ୍ଡା, ମୁରୁବାହାଲ ଓ ଟିଟିଲାଗଡ଼ ବ୍ଲକ୍ର ପ୍ରାୟ ୧୯ ଶହ ହେକ୍ଟରଜମିରେ ସେଚନ କରାଯିବା ଲାଗି ଲକ୍ଷ୍ୟ ରହିଛି । ଓଡ଼ିଶା ସମାଚାର