Monday , March 27 2023
Breaking News
Home / କ୍ରୀଡ଼ା / ତ୍ରିନାଥ କ୍ରେକେଟ ଟିମ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ତ୍ରିନାଥ କ୍ରେକେଟ ଟିମ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଟକ,୦୬/୦୩/୨୦୨୧(ଓଡ଼ିଶା ସମାଚାର)-କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ସ୍ଥିତ ତ୍ରିନାଥ କ୍ରିକେଟ ଟିମ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ୨ ଓଭର ୨ବଲରେ ଖେଳି ମଣିବାଡ଼ କ୍ରିକେଟ କ୍ଲବ ୧୭ ରନ କରି ବିଜୟ ଲାଭ କରି ବିଜୟୀପଦକ ସହ ୪୫୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ରାଉତରାପୁରକୁ ରନର୍ସକପ ସହ ୩୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ସମ୍ମାନୀତ ବରେଣ୍ୟ ଅତିଥିଭାବେ ବେଣ୍ଟକାର ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼,ମୁଖ୍ୟ ଅତିଥି ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଆଇନିଜୀବୀ ସଂଜୀବ ବିଶ୍ୱାଳ,କୃଷକନେତା ଦେବୀ ପ୍ରସାଦ ପତି,ଅନିଲ ମହାପାତ୍ର, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ବିଜୟ ନାୟକ, ରସାନନ୍ଦ ବେହେରା ଯୋଗଦାନ କରିଥିଲାବେଳେ ମ୍ୟାଚରେ ଅମ୍ପେୟାର ଭାବେ ରାଜେଶ ପ୍ରଧାନ,ଶକ୍ତ ରଂଜନ ବେହେରା ଓ ଟିମର ସମସ୍ତ କାର୍ୟ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.