ରାୟଗଡ଼ା, ୦୮/୦୩/୨୦୨୧(ଓଡ଼ିଶା ସମାଚାର)- ପୁଲିସ ମହାନିର୍ଦ୍ଧେଶକ ଶ୍ରୀ ଅଭୟ ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି । ବିଏସ୍ଏଫ୍ ର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାୟଗଡା ରେ ପହଂଚି ଜେକେପୁର ସ୍ଥିତ ରିଜର୍ଭ ଅଫିସ ଠାରେ ଜିଲ୍ଲାର ନକ୍ସଲ ଗତିବିଧି ଓ ଆଇନ ଶୃଙ୍ଖଳା ଉପରେ ସ୍ଥିତି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ୍,ବିଏସଏଫ ଅଧିକାରୀଙ୍କ ସହ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ । ଭିଡିଓ କନଫରେନି୍ସଂ ମାଧ୍ୟମରେ ରାୟଗଡ଼ା ସ୍ଥିତ ଡିଷ୍ଟ୍ରିକ୍ଟ ଇଂଟେଲିଜେନ୍ସ ସେଂଟର ଉଦଘାଟନ କରିଥିଲେ ଅଭୟ । ତତ୍ ସେଙ୍ଗ ସେଙ୍ଗ କୋଭିଡ୍ ରେ ପ୍ରାଣହରାଇଥିବା ଯୋଦ୍ଧାଙ୍କ ପରିବାରକୁ ଭେଟିବା ସହ ଚଳିତ ବର୍ଷ ଗେଞ୍ଜଇ ଧରପଗଡ଼ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୧୦ଜଣ ଅଧିକାରୀଙ୍କୁ ଭେଟିଥିଲେ । ଏହି ଅବସରରେ ଇଂଟେଲିଜେନ୍ସ ଏଡିଜି ଆର୍. କେ. ଶର୍ମା, ଆଇଜି ଅମିତାଭ ଠାକୁର,ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ବହୁ ପୁଲିସ ଅଧିକାରୀ, ସିଆରପିଏଫ୍ ଅଧିକାରୀ ଓ ବିଏସଏଫ୍ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର