Tuesday , March 21 2023
Breaking News
Home / ବିଶେଷ / ଗରଦପୁର ରେ ବିଶ୍ୱ ମହିଳା ଦିବସ 

ଗରଦପୁର ରେ ବିଶ୍ୱ ମହିଳା ଦିବସ 

ଗରଦପୁର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱ ମହିଳା ଦିବସ ଅବସରରେ ପାଟକୁରା ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଆଜି ଏହି ବ୍ଲକ୍ ଅନ୍ତର୍ଗତ କଳାବୁଦା ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ମହିଳା ସମାବେଶରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଯୋଗଦେଇ ମିଶନ ଶକ୍ତି ମହିଳାଙ୍କୁ ବଳ ଯୋଗାଇଛି  । ମହିଳାମାନେ ଗୋଷ୍ଟି ଗଠନ କରି ମିଶନ ଶକ୍ତିର ବିଭିନ୍ନ କ୍ଷ୍ୟୁଦ୍ର ପ୍ରକଳ୍ପରେ ଆତମ୍ବ ନିର୍ଭରଶୀଳ ହୋଇ ପାରୁଛନ୍ତି । ଆର୍ଥିକ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣରେ ସହାୟତା ଦେଇ ପାରୁଛନ୍ତି । ପଂଚାୟତରାଜ ବ୍ୟବସ୍ଥା ମାଧ୍ୟମରେ ମହିଳାମାନେ ସଶକ୍ତ ହୋଇଛନ୍ତି । ଏହା ସ୍ୱର୍ଗତ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ସଫଳତା ବୋଲି ବିଧାୟିକା କହିଥିଲେ । ଏଥିରେ ଜିଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୋସ୍ନା ସାହୁ , ବିଧାୟିକା ଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା, ଡ଼େରାବିଶ ବ୍ଲକ୍ ସଭାପତି ଦେବାଶିଷ ଆଚାର୍ଯ୍ୟ , ଗରଦପୁର ବ୍ଲକ୍ ସଭାପତି ଶଶାଙ୍କ ପରିଡ଼ା,ବିଜେଡ଼ି ନେତା ପ୍ରମୋଦ ରଥ, ଗୀତା ସେଠୀ, ଜିଲାପରିଷଦ ଦଭ୍ୟା ମନୋରମା ସାହୁ, ଜବା ମୁର୍ମୁ , ପୁର୍ଣ୍ଣିମା ମଲ, ସୁଜାତା ରାଉତରାୟ,ବ୍ଲକ୍ ସଭାନେତ୍ରୀ ସୁଧୁସ୍ମିତା ଲେଙ୍କା,ସରିତା ପାତ୍ର, ସୁଷମା ଦାସ, ସ୍ୱର୍ଣ୍ଣଲତା ରାଉତ, ଜ୍ଞାନିଷା ବିଶ୍ୱାଳ ରୋଜାଲିନ ସେଠୀ ପ୍ରମୁଖ ମହିଳା ନେତ୍ରୀମାନେ ଯୋଗ ଦେଇ ଉପସ୍ଥିତ ଥିବା ଶତାଧିକ ମହିଳାଙ୍କୁ ଉତ୍ସାହିତ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.