ଏସ.ସି.ବି ସ୍କୁଲର ଅଭିଭାବକ ମତାମତ ବକ୍ସ ନ ଖୋଲିଲେ ୧୮ ରୁ ଆମରଣ ଅନଶନ !
କଟକ ୦୮/୦୩/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଓଡିଶା ଅଭିଭାବକ ମହାସଂଘର ଅଭିଭାବକ ସମ୍ମିଳନୀ କଟକ କଲେଜ ଛକ ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କଟକ ସହରର ବିଭିନ୍ନ ସ୍କୁଲର ଦୁଇ ଶହରୁ ଅଧିକ ଅଭିଭାବକ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ । ବିଭିନ୍ନ ସମସ୍ୟା ଯଥା କରୋନା ପାଇଁ ହାଇକୋର୍ଟ ନିର୍ଦେଶର ଫୀ ରିହାତି ନିର୍ଦେଶର ସଠିକ କାର୍ଯ୍ୟକାରୀ ଓ ବିଶେଷ କରି ଏସ ସି ବି ପବ୍ଲିକ ସ୍କୁଲକୁ ଅଗଣତାନ୍ତ୍ରିକ ଭାବେ ବନ୍ଦ ସହ ଆଇ.ସି.ଏସ.ଇ ରୁ ସି.ବି.ଏସ.ଇ ପାଠ୍ୟକ୍ରମକୁ ପରିବର୍ତ୍ତନ ଆଦି ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ପିଲାଟି ହଠାତ କିପରି ଆଇ.ସି.ଏସ.ଇ ପାଠ୍ୟକ୍ରମରୁ ସିବିଏସଇ ପାଠ୍ୟକ୍ରମ ରେ ପାଠ ପଢିବ । ଏହା ଏକ ଅସମ୍ବିଧାନିକ ଓ ଏକାଚାଟିଆ ମନୋମୁଖୀ ନିଷ୍ପତ୍ତି । ହଠାତ ସି.ବି.ଏସ.ଇ ପାଠ୍ୟକ୍ରମକୁ ପରିବର୍ତ୍ତନ ସହ ପୂର୍ବରୁ ନିଷ୍ପତ୍ତି ହୋଇଥିବା ଏସସିବି ପବ୍ଲିକ ସ୍କୁଲ ବନ୍ଦ ସମ୍ପର୍କରେ ଅଭିଭାବକ ମାନଙ୍କ ମତାମତ ଜିଲ୍ଲାପାଳଙ୍କ ନିର୍ଦେଶରେ ମତଦାନ କରାଯାଇଥିଲା । ସମୁଦାୟ ୧୬୦୦ ଅଭିଭାବକ ମାନଙ୍କ ମଧ୍ୟରୁ ପାଖାପାଖି ୧୨୬୫ ଅଭିଭାବକ ମତ ଦେଇଥିଲେ । ତେଣୁ ଏହି ମତାମତ ବାକ୍ସକୁ ଖୋଲାଯାଈ ତାକୁ କାର୍ଯ୍ୟକାରୀ କରିବାକୁ ହୋଇଥିବା ଦାବି ମଧ୍ୟ ପୁନର୍ବାର ଏହି ସମ୍ମିଳନୀ ରେ ଉପସ୍ଥାପନ ହୋଇଥିଲା । ଜିଲ୍ଲାପାଳ ତୁରନ୍ତ ଏହି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଓ ଅଭିଭାବକ ଓ ପିଲାମାନଙ୍କ ଭାବାବେଗ ସହିତ ଖେଳ ନ ଖେଳି ତୁରନ୍ତ ଏହି ନିଷ୍ପତ୍ତି ପ୍ରଶାସନ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ୧୮ ତାରିଖରେ ମହାସଂଘ ଆମରଣ ଅନଶନ ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବୋଲି ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହା ଘୋଷଣା କରିଛନ୍ତି । ତତସହିତ ଆଇନଗତ ବାଟରେ ଲଢେଇ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ମହାସଂଘର କଟକ ଜିଲ୍ଲା ଆବାହକ ଗଙ୍ଗାଧର ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଆଇନ ଉପଦେଷ୍ଟା ଆଡ଼ଭୋକେଟ ବିଭୁତି ଭୂଷଣ ଚୌଧୁରୀ, ଅନ୍ତୋନୀ ସ୍କୁଲର ସଭାପତି ରତିକାନ୍ତ ଜେନା, ନାରାୟଣକ୍ଷ ସ୍କୁଲର ସଭାପତି ବେବବ୍ରତ ରାୟ, ଜିତେନ୍ଦ୍ର ପରିଡା, ବିଶ୍ଵାଜୀବନ ମିଶ୍ର, ବରୁଣ ମିଶ୍ର, ଅଭିଭାବକ ନେତା କୁନି ମହାପାତ୍ର, ସ୍ଵର୍ଣ୍ଣଲତା ମହାନ୍ତି, କ୍ରିଷ୍ଣାପ୍ରିୟା ବେହେରା, ପ୍ରକାଶ ପରିଡା, ବ୍ରିଜେଶ ବିଶ୍ୱାଳ, ସୁବ୍ରତ ଦାଶ, ସତ୍ୟା ସୁନ୍ଦର ମହାନ୍ତି, ପ୍ରେମଜୀତ ମହାନ୍ତି, ଆମେରେନ୍ଦ୍ର ସ୍ୱାଇଁ ଙ୍କ ସମେତ ୨୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର