ରଘୁନାଥପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପ ଠାରେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଜଗତସିଂହପୁର ଜିଲାର ଦିବଂଗତ ନେତା ସ୍ୱାର୍ଗତ ବିଷ୍ଣୁ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ରଘୁନାଥପୁର ବ୍ଲକ୍ ମହିଳା ବିଜେଡ଼ି ସଭାପତି ଶ୍ରୀମତୀ ଶାନ୍ତି ଲତା ଦ୍ୱିବେଦୀ ଉକ୍ତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସୂଚନା, ଲୋକ ସମ୍ପର୍କ ଓ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ଆମ ରାଜ୍ୟ ଓ ଦେଶ ସୁଦୃଢ଼ ହେବା ସହିତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟ ସଫଳ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ତୃଣମୂଳ ସ୍ତରରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗରେ ରହିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ତିର୍ତୋଲ ବ୍ଲକ୍ ନାରୀ ନେତ୍ରୀ ରଂଜିତା ସିଂ ବିରିଡ଼ି ବ୍ଲକ୍ ନାରୀ ନେତ୍ରୀ ମମତା ପାତ୍ର, ସବିତା ଦାସ , ତିର୍ତୋଲ ଜିଲା ପରିଷଦ ସଭ୍ୟା ଲିପାଳି ରାଉଳ, ନାରୀ ନେତ୍ରୀ ମହେଶ୍ୱରୀ ଜେନା, ରଘୁନାଥପୁର ଜିଲା ପରିଷଦ ସଭ୍ୟା ଡ଼େଜାଲଇନ ମହାପାତ୍ର, ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ , ତିର୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଜୁ ମହିଳା ଜନତା ଦଳ ଜିଲା ପର୍ଯ୍ୟବେକ୍ଷକ ସଂଯୁକ୍ତା ମାହାଳି, ରାଜ୍ୟ ବିଜୁ ଜନତା ଉପସଭାପତି ମନ୍ଦାକିନୀ କର, ଜିଲା ପରିଷଦ ଅଧ୍ୟକ୍ଷା ପି୍ରୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଉଦେଶ୍ୟରେ ନିଜ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଗୌତମ ପାଲିତ, କୃଷ୍ଣପ୍ରିୟା ବିଶ୍ୱାଳ, ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ଜିଲା ଯୁବ ବିଜେଡ଼ି ଉପସଭାପତି ମାନସ ରଂଜନ ଦାସ, ଅନ୍ତର୍ଯ୍ୟମୀ ସାମଲ, ବିଶ୍ୱ ଓଡ଼ିଆ ମହାସଂଘ ସଭାପତି ଡ଼ ସୁରେନ୍ଦ୍ର ମହାପାତ୍ର , ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ସରପଂଚ ସୂର୍ଯ୍ୟନାରାୟଣ ନାୟକ, ତାରାକାନ୍ତ ଜେନା, ଖୋକନ ରାୟଙ୍କ ସମେତ ତିର୍ତୋଲ, ରଘୁନାଥପୁରଳ ବିରିଡ଼ି ବ୍ଲକ ର ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବାବେଳେ ଶ୍ରୀମତୀ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ । ଓଡ଼ିଶା ସମାଚାର