Sunday , April 2 2023
Breaking News
Home / ବିଶେଷ / ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉକ୍ରଳ ପାଲା ଗାୟକ ପରିଷଦ ବାର୍ଷିକ ପାଲା ସମ୍ମିଳନୀ

ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉକ୍ରଳ ପାଲା ଗାୟକ ପରିଷଦ ବାର୍ଷିକ ପାଲା ସମ୍ମିଳନୀ

ରଘୁନାଥପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଅବିଭକ୍ତ କଟକ ଜିଲ୍ଲା ଶାଖା ଓ ଜଗତସିଂହପୁର ଜିଲ୍ଲା ଶାରଳା ପାଲା କଳାକାର ସଂଘର ବାର୍ଷିକ ପାଲା ସମ୍ମିଳନୀ ଗତ ୨ଦିନ ଧରି ମହାସମାରୋହରେ ଗୁଆଳିପୁର ପଂଚାୟତର ରାଧାନଗର ଗ୍ରାମର ଭାଲିଆ ମଠ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ମନ୍ଦିରର କାର୍ଯ୍ୟକାରୀ ସମତିର ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ସଂପାଦକ ଅଦୈତ ମହାପାତ୍ର ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍ୟାପନ ଦିବାସରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାଲା ସଂସ୍କୃତି ହେଉଛି ଓଡିଶାର ଶ୍ରେଷ୍ଠ ସଂସ୍କୃତି, ଆଜି ଯୁବ ସମାଜ ଓଡିଆ ସଂସ୍କୃତି ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଡଃ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ପାଲାରୁ ଯୁବ ସମାଜ ତଥା ପ୍ରତ୍ୟେକ ବ୍ୟକ୍ତି ଅନେକ ଖିଛି ଶିକ୍ଷା ଲାଭ କରିଥାଏ । ମାତ୍ର ଆଜି ଏହି ସଂସ୍କୃତି ଧିରେ ଧିରେ ଲୋପ ପାଇବାକୁ ବସିଲାଣି ବୋଲି ସେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପଣ୍ଡିତ ଶସାଙ୍କ ଶେଖର ସାମନ୍ତରାୟ, ନିଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ସଭାପତି ମଦନମୋହନ ଜେନା, ସ୍ନାୟୁରୋଗ ବିଶେଷଜ୍ଞ ଭାଗବତ ରତ୍ନ, ଡଃ ରବିନାରାୟଣ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ ଯୋଗଦେଇ ପାଲା ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଏହି ସଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ଶାରଳା ପାଲା କଳାକାର ସଂଘ ସଭାପତି ଅଭିମନୁ୍ୟ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଶନ୍ନ କୁମାର ପଟ୍ଟାନାୟକ, ସଂପାଦକ ସୁବାସ ଚନ୍ଦ୍ର ସେନାପତି, ପ୍ରଭାତ କୁମାର ରଥସର୍ମା, ଅବିଭକ୍ତ କଟକ ଜିଲ୍ଲା ପାଲା କଳାକାର ସଭାପତି ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକ, ରବିନାରାୟଣ କର, ଗୟାଧର ମହାପାତ୍ର, ନୀଳମଣି ସାହୁ ପ୍ରମୁଖ ପରିଚଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜ୍ଞାନରଞ୍ଜନ ପଟ୍ଟନାୟକ, ନବଘନ ଦ୍ୱିବେଦୀ, ଭାଗବତ ସ୍ୱାଇଁ, କାର୍ତିକ ଚରଣ ପରିଡା, ବାଳକୃଷ୍ଣ ନାୟକ, ପୂଜପୂଜା ସତ୍ୟନାରାୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.