ଭୁବନ ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସରପଂଚ ଶ୍ରୀମତୀ ସୁନେଲୀ ନାୟକ ଙ୍କୁ ଓଡିଶାର ପ୍ରଥମ ପାରିବାରିକ ମାସିକ ପତ୍ରିକା ‘କାଦମ୍ବିନୀ’ ତରଫରୁ ବିଶ୍ୱ ମହିଳା ଦିବସରେ ସମ୍ମାନୀତ କରାଯାଇଛି । ସରପଂଚ ଶ୍ରୀମତୀ ନାୟକ ସମାଜସେବା ସହିତ ରାଜନୀତରେ ସକ୍ରିୟ ରହି ନିଜ ଦକ୍ଷତାର ପ୍ରମାଣ ଦେଇଥିବା ଯୋଗୁ ତାଙ୍କୁ ‘କାଦମ୍ବିନୀ ସମ୍ମାନ’ରେ ସମ୍ମାନୀତ କରାଯାଇଛି । ‘କାଦମ୍ବିନୀ’ ସମ୍ପାଦିକା ଡ.ଇତି ସାମନ୍ତ ଓ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସରପଂଚ ଶ୍ରୀମତୀ ନାୟକଙ୍କୁ ପ୍ରଶଂସାପତ୍ର ,ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର
Check Also
୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …