Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବାଲିଝରା ବସ୍ତି ବିଦ୍ୟାଳୟରେ ଇଫକୋ ଦ୍ୱାରା ନିର୍ମିତ ନୂତନ ଗୃହ ଉଦଘାଟିତ

ବାଲିଝରା ବସ୍ତି ବିଦ୍ୟାଳୟରେ ଇଫକୋ ଦ୍ୱାରା ନିର୍ମିତ ନୂତନ ଗୃହ ଉଦଘାଟିତ

ପାରାଦ୍ୱୀପ,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୌରପାଳିକା ୫ନମ୍ବର ୱାର୍ଡ ବାଲିଝରା ବସ୍ତିରେ ଗଣପତି ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟରେ ଇଫକୋ ଦ୍ୱାରା ପ୍ରସ୍ତୁତ ନୂତନ କୋଠା ଶନିବାର ଦିନ ଉନ୍ମୋଚିତ ହୋଇଯାଇଛି । ଉଦ୍ଘାଟନୀ ଅବସରରେ ଶନିବାର ଦିନ ଇଫକୋ ପାରାଦ୍ୱୀପ ୟୁନିଟ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ସ୍କୁଲ କୋଠାକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇଫକୋ ଲେଡିଜ୍ କ୍ଳବର ସଭାନେତ୍ରୀ ଶ୍ରୀମତୀ ମମତାବେନ୍ ପଟେଲ,ଇଫକୋ ଜେଜିଏମ୍ ଅଭୟ କୁମାର ମଲ୍ଲ, ଏସଜିଏମ୍ ସୁରେଶ ଗୋଏଲ, ଡିଜିଏମ୍ ଜ୍ଞାନଚାନ୍ଦ ଆଚାର୍ଯ୍ୟ, ପ୍ରଶାସନିକ ଅଧିକାରୀ ପ୍ରସନ୍ନ ବେଉରା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟେଲ କହିଥିଲେ ଯେ ବସ୍ତିରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ଏହି ନୂତନ ସ୍କୁଲ ଗୃହ ବିଶେଷ ସହାୟକ ହେବ । ପରେ ସେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ତରାଇଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.