Saturday , April 1 2023
Breaking News
Home / ବିଶେଷ / ନିରାକାରପୁର ହାଇସ୍କୁଲ୧୯୯୭ ମସିହା ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ନିରାକାରପୁର ହାଇସ୍କୁଲ୧୯୯୭ ମସିହା ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ନିରାକାରପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜାଜପୁର ତୋଟା ଭଗବତୀ ମନ୍ଦିର ପ୍ରାଙ୍ଗଣରେ ନିରାକାରପୁର ହାଇସ୍କୁଲର ୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ଶିକ୍ଷକ ଗଦାଧର ତ୍ରିପାଠୀ, ଚକ୍ରଧର ମିଶ୍ର, ଗଙ୍ଗାଧର ପଟ୍ଟନାୟକ, ଦେବନାରାୟଣ ହୋତା ଓ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡ଼ିଥିବା ସହପାଠୀମାନଙ୍କୁ ମିଳିତଭାବେ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିବା ସହ ଛାତ୍ରଛାତ୍ରୀମାନଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । ଏହି ସଭାରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ନ୍ଧିିତ କରାଯାଇଥିଲା ।ପରେ ସମସ୍ତ ସହପାଠୀ ଏକାଠି ବସି ଆୟୋଜିତ ହୋଇଥିବା ଭୋଜି ଖାଇବାର ମଜ୍ଜା ଉଠାଇ ଅତୀତର ସ୍ମୃତିକୁ ମନେପକାଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଚର ଛାତ୍ର ଆଲୋକ ରଞ୍ଜନ ଛୋଟରାୟ, ଆରତ ରାଉରାୟ, ଦାମଦେବ ବେହେରା, ସନ୍ତୋଷ କୁମାର ବିଶ୍ୱାଳ, ହୋମନ୍ତ ବେହେରା, ଦୋଳ ଗୋବିନ୍ଦ ବେହେରା, ହିମାଂଶୁ ସାହୁ, ସୈାଭାଗ ପ୍ରସାଦ ମିଶ୍ର, କାହ୍ନୁ ନାୟକ, ଛାତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଓ ମଣି ପ୍ରଧାନ ,ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.