ରଘୁନାଥପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ କୋରକୋରା ରୁଦ୍ରେଶ୍ୱର ପୀଠରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଏହି ଜିଲ୍ଲାରୁ କଟକ ଜିଲ୍ଲାକୁ ସ୍ଥାନାନ୍ତର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରଘୁନାଥପୁର ମଣ୍ଡଳ ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମେନକା ମହାପାତ୍ର, ରାଜ୍ୟ ସଂଘ ଉପଦେଷ୍ଟା ଜନାର୍ଦ୍ଧନ ଦାସ, କଟକ ମଣ୍ଡଳ ସଂପାଦକ ସଂଜୟ କୁମାର ପ୍ରଧାନ, କଟକ ମଣ୍ଡଳ ସଭାପତି ବିଶ୍ୱଭୁଷଣ ସେନାପତି, ପ୍ରକ୍ତନ ଜିଲ୍ଲା ସଭାପତି ବନମାଳି ମହାରଣା, ଯତିନ୍ଦ୍ରନାଥ ଆଚାର୍ଯ୍ୟ, ବିରିଡି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ରାମଚନ୍ଦ୍ର ସ୍ୱାଇଁ, ରାଜ୍ୟ ସଂଘ କୋଷାଧ୍ୟକ୍ଷ ଜୟ ପ୍ରକାଶ ପଣ୍ଡା, ସଂଘର ପ୍ରାକ୍ତନ ସଭାପତି ଶଦାଶିବ ବଶ୍ୱାଳ ଯୋଗଦେଇଥିଲେ । ବିରାଜ ଲକ୍ଷ୍ମୀ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ନେଇଥିବା ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜଗତସଂହପୁର ଜିଲ୍ଲାରୁ କଟକ ଜିଲ୍ଲାକୁ ଅପସାରିତ ହୋଇଥିବା ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ଅତିଥିମାନପତ୍ର ଓ ଉତରିୟ ଦେଇ ସମ୍ବଦ୍ଧିତ କରିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲା ସଂଗଠନର ସଂପାଦକ ନିର୍ମଳେନ୍ଦୁ ସୋମ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାହୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର