କଟକ ୦୭/୦୩/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ମାନବ ସେବା ହିଁ ମାଧବ ସେବା। ଦୁର୍ଘଟଣା ହେବା କାହାର ହାତରେ ନଥାଏ,ହେଲେ ଦୁର୍ଘଟଣା ରେ ଆହତ ବ୍ୟକ୍ତି କୁ ସାହାଯ୍ୟର ହାତ ବଢାଇଦେବା କିନ୍ତୁ ଏଇ ମଣିଷ ହାତରେ ଥାଏ। ଆମେ ଏ କଥା କାହିଁକି କହୁଛୁ କାରଣ ଏଫ.ପି.ର.ଏ ଅନୁଷ୍ଠାନ ଆଜି ଦୁର୍ଘଟଣା ରେ କିପରି ମାନବ ସେବାରେ ଆମ୍ବୁଲାନ୍ସ ସେବା ଯୋଗାଇ ହେବ ସେଥିପାଇଁ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ୟୁନିଟ କୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଲେ।
ଏଫ.ପି.ର.ଏ ଅନୁଷ୍ଠାନ ଦୀର୍ଘ ଦିନ ହେବ ସଡକ ସୁରକ୍ଷା ଓ ସେବା ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛି କିନ୍ତୁ ଆଜି ଏଫ.ପି.ର.ଏ ଏହି ସେବା କାଯ୍ୟରେ ଆଉ ଏକ ପୃଷ୍ଠା ଯୋଡ଼ିଛି। ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ କିପରି ଆମ୍ବୁଲାନ୍ସ ସେବା ଯୋଗାଇ ହେବ ସେଥିପାଇଁ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ୟୁନିଟ କୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇ ଏଫ.ପି.ର.ଏ ଅନୁଷ୍ଠାନ ତାର ମହାନତା ର ପରିଚୟ ପ୍ରଦାନ କରିଛି।
ଆଜି ଏଫ.ପି.ର.ଏ ଅନୁଷ୍ଠାନ ର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ସାମନ୍ତରାୟ ଓ ସମ୍ପାଦକ ବିକାଶ ମହାପାତ୍ର ଙ୍କ ଉପସ୍ଥିତ ରେ ଏହି ଆମ୍ବୁଲାନ୍ସ ଟିକୁ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ୟୁନିଟ ର ଅଧ୍ୟକ୍ଷ ରଙ୍କନିଧି ସାମଲ ଙ୍କୁ ହସ୍ତାନ୍ତର କରିଥିଲେ।ଏହି ସମୟରେ ଏମ.ଜି.ଏମ ରୋଡ ସେଫଟି ଟ୍ରଷ୍ଟ ର ଅଧ୍ୟକ୍ଷ ଅମିୟବାଳା ପରିଡା ଓ ରାଜ କିଶୋର ପଣ୍ଡା,ମିନତୀ ବିନ୍ଧାଣି,ପ୍ରଦୀପ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର