Thursday , March 23 2023
Home / ତାଜା ଖବର / ତାଜା ଖବର : ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ତାଜା ଖବର : ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ କାଣ୍ଟ୍ରାଗଡା ପଞ୍ଚାୟତର ଆରିବା ଗାଁ  ରେ ଜଣେ ଯୁବକ ଓ ଯୁବତୀଙ୍କ   ମୃତ ଦେହ  ଉଦ୍ଧାର କରାଯାଇଛି। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା   ସୂଚନା ମିଳିଛି । ମୃତ ଯୁବକ ଙ୍କ ନାମ ଶ୍ରୀନିବାସ ବୋଲି ସୂଚନା ମିଳିଛି । ଘରେ କେହିନଥିବାବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି । ତଦନ୍ତ ପରେ କାରଣ ସ୍ପଷ୍ଟହେବ ବୋଲି ପୋଲିସ୍ କହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.