ପାରାଦ୍ୱୀପ,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ୟୁଥ ସ୍ପୋର୍ଟିଂ କ୍ରିକେଟ କ୍ଲବ୍ ଓ ଡାଇମଣ୍ଡ କ୍ରିକେଟ କ୍ଲବ୍ ମିଳିତ ଆନୁକୁଲ୍ୟରେ ଦ୍ୱିତୀୟ ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମଂଟ ପାରାଦ୍ୱୀପର ଏନଏସି ପଡିଆ ଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସାତ ଦିନ ବ୍ୟାପି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଓଡିଶାର ଖ୍ୟାତନାମା ଦଳ ଓ ଖେଳାଳୀମାନେ ଅଂଶ ଗ୍ରହଣ କରୁଛନ୍ତି । ତେବେ ଆଜିର ଉଦଘାଟନି ମ୍ୟାଚରେ ପାରାଦ୍ୱୀପର ଡାଇମଣ୍ଡ କ୍ରିକେଟ କ୍ଲବ୍ ଭୂବନେଶ୍ୱରର ସହୀଦ ସ୍ପୋର୍ଟିଂକୁ ଭେଟିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ଡାଇମଣ୍ଡ କ୍ରିକେଟ କ୍ଲବ୍ ୭ ଉଇକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସହୀଦ ସ୍ପୋର୍ଟିଂ ସମସ୍ତ ଉଇକେଟ ହରାଇ ୧୧୩ ରନ କରି ପରାଜୟ ବରଣ କରିଥିଲା । ଓଡ଼ିଶା ସମାଚାର