Sunday , March 26 2023
Breaking News
Home / ବିଶେଷ / କ୍ୟାନଫେଷ୍ଟ-୨୦୨୧ – ଆକର୍ଷଣୀୟ ହେଉଛି ଜାତୀୟ ନାଟ୍ୟ ମହୋତ୍ସବ

କ୍ୟାନଫେଷ୍ଟ-୨୦୨୧ – ଆକର୍ଷଣୀୟ ହେଉଛି ଜାତୀୟ ନାଟ୍ୟ ମହୋତ୍ସବ

ତୃତୀୟ ସଂନ୍ଧ୍ୟାରେ ନାଟକ ଅଭିନେତ୍ରୀ ମଂଚସ୍ଥ

ପାରାଦ୍ୱୀପ,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କ୍ୟାନମାସ୍’ ଦ୍ୱାରା ଆୟୋଜିତ ୧୮ତମ ଜାତୀୟ ନାଟ୍ୟ ମହୋତ୍ସବ ‘କ୍ୟାନଫେଷ୍ଟ-୨୦୨୧’ ପାରାଦ୍ୱୀପର ଜୟଦେବ ସଦନ ଠାରେ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଛି  ଏବଂ ଏହା ଦୀର୍ଘ ୬ଦିନ ଧରି ଚାଲିବ । ଉଦଘାଟନୀ ସଂନ୍ଧ୍ୟାରେ ନୂଆଦିଲ୍ଲିର ଆର୍ଟ ନାଟ୍ୟ ସଂସ୍ଥା ପକ୍ଷରୁ ହିନ୍ଦି ଭାଷୀ  ନାଟକ ‘ନାଗିନ୍ ତେରା ବଂଶ ବଢେ’ ମଂଚସ୍ଥ ହୋଇଥିବା ବେଳେ ଦ୍ୱିତୀୟ ସଂନ୍ଧ୍ୟାରେ ପାଟନାର ପ୍ରାଙ୍ଗଣ ଅନୁଷ୍ଠାନ ପକ୍ଷରୁ ହିନ୍ଦି ନାଟକ ଚାରୁଲତା ପ୍ରଦର୍ଶିତ ହୋଇଥିଲା । ସେହିପରି ତୃତୀୟ ସଂନ୍ଧ୍ୟାରେ ଭୁବନେଶ୍ୱରର ଡାଇନାମିକ ପ୍ଳାଟଫର୍ମ ପକ୍ଷରୁ ଓଡିଆ ନାଟକ ‘ଅଭିନେତ୍ରୀ’ ମଂଚସ୍ଥ ହୋଇଥିଲା । ତେବେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଓ ଏହାର କଳାକାର ମାନଙ୍କର ନିପୁଣ ଓ ଦକ୍ଷ ଅଭିନୟ ଦର୍ଶକ ମାନଙ୍କୁ ବେସ ଆକୃଷ୍ଟ କରିବା ସେଙ୍ଗ ସେଙ୍ଗ ଏହି ନାଟ୍ୟ ମହୋତ୍ସବ ଆକର୍ଷଣୀୟ ହେଉଥିବାର ଦେଖିବାକୁ ମିଳୁଛି । ତେବେ କରୋନା ମହାମାରୀର ପ୍ରକୋପ ଓ ଏହାର ଆଚରଣ ବିଧି ନିୟମ ଯୋଗୁଁ ସାଧାରଣ ଲୋକେ ଦୀର୍ଘ ଏକ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମରୁ ବଂଚିତ ଥିଲାବେଳେ ଚଳିତ କ୍ୟାନଫେଷ୍ଟ-୨୦୨୧ ନାଟ୍ୟ ମହୋତ୍ସବରେ ଜନ ସମାଗମ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ କ୍ୟାନମାସର ଆୟୋଜକମାନେ କୋଭିଡ୍ ନିୟମ ବଳବତର ରଖିବା ପାଇଁ ଜୟଦେବ ସଦନରେ ଦର୍ଶକଙ୍କୁ ସାମାଜିକ ଦ୍ୱରତ୍ୱ ରକ୍ଷାକରି ବସାଉଥିବା ଓ ମାସ୍କ ପରିଧାନ କରାଉଥିବା ଦେଖିବାକୁ ମିଳୁଛି । ଏହି ମହୋତ୍ସବର ସଫଳତା ରେ କ୍ୟାନମାସ ସଂପାଦକ ଶ୍ରୀମନ ନାରାୟଣ ମିଶ୍ର ଓ ସଭାପତି ଅତୁଲ୍ୟ ମହାପାତ୍ରଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାର ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.