ବାଲିଗୁଡା, ୦୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଶିମିଳି ପାଳ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ସେଥିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ମଧ୍ୟ ବାଦ ପଡିନି । କିଛି ଦିନ ପୂର୍ବରୁ ତୁମୁଡିବନ୍ଧ ବନାଞ୍ଚଳ ବିଭାଗର ଗୁଦଗୁଦା ଜଙ୍ଗଲ ରେ ନିଆଁ ଲାଗିବା ପରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହେବା ପରେ ମଧ୍ୟ ତୁମୁଡିବନ୍ଧ ବନ ବିଭାଗ କୁ କିଛି ପ୍ରଭାବ ପଡିନି । ରେଞ୍ଜର ଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କଲେ ତୁମୁଡିବନ୍ଧ ରେଞ୍ଜର କହୁଛନ୍ତି ସେ ଜଙ୍ଗଲ ଆମ ବନ ବିଭାଗ ରେ ଆସୁନି , ବେଲଘର ବନାଞ୍ଚଳ ବିଭାଗ ରେ ଯାଉଛି, ବେଲଘର ରେଞ୍ଜର କହୁଛନ୍ତି ସେଇଟା ତୁମୁଡିବନ୍ଧ ବନାଞ୍ଚଳ ବିଭାଗ ରେ ଆସୁଛି । ଏମିତି ପରସ୍ପର ମଧ୍ୟରେ ଦୋଷାରୋପ କରି ଜଙ୍ଗଲରେ ନିଆଁ ଲାଗିବାକୁ ପ୍ରୋତ୍ସାହନ ଦେଉଥିବା ଆଲୋଚନା ହେଉଛି । କହିବାକୁ ଗଲେ ଶାନ୍ତି ନିଦ୍ରା ରେ ଶୋଇଛନ୍ତି ଦୁଇ ଗୋଟି ବନ ବିଭାଗ ର କର୍ମଚାରୀ ମାନେ । ରବିବାର ସକାଳ ପ୍ରାୟ ୬ ଘଣ୍ଟିକା ସମୟରେ ତୁମୁଡିବନ୍ଧ ସ୍ଥିତ ପତ୍ରପଡି ଗ୍ରାମରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତୁମୁଡିବନ୍ଧ ବନ ବିଭାଗ ରେଞ୍ଜର କୁ ଗଣମାଧ୍ୟମ ପ୍ରତିନିଧି ଫୋନ ମାଧ୍ୟମରେ ଜଣାଇବା ପରେ ଜାଣୁଛନ୍ତି କିନ୍ତୁ ତାହା ପୂର୍ବରୁ ଜାଣୁନାହାନ୍ତି, ପରିଶେଷରେ ଦମକଳ ବାହିନୀ ଦ୍ୱାରା ନିଆଁ ଲିଭା ଯାଇଥିଲା କିନ୍ତୁ କିଛି ମାତ୍ରାରେ ନିଆଁ ଏବେ ବି ଲାଗିଥିବାର ଦେଖାଯାଉଛି । ବାଲିଗୁଡା ବନଖଣ୍ଡ ର ବାଲିଗୁଡା, ତୁମୁଡିବନ୍ଧ, ବେଲଘର, ଦାରିଙ୍ଗବାଡି ଆଉ ଏବେ କୋଟଗଡ ବନାଞ୍ଚଳ ଚତୁଃର୍ଦିଗ ରେ ଭୟାବହ ନିଆଁ ଲାଗିବାର ଦେଖିବାକୁ ମିଳିଛି । ବନ କର୍ମଚାରୀ ଙ୍କ ଅବହେଳା ଓ ବେଖାତିର୍ ମନଭାବ ଯୋଗୁଁ ଲାଗୁଛି ନିଆଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ନିଆଁ ଲାଗି ହଜାର ଏକର ବଣ ପାହାଡ଼ ପୋଡ଼ି ଯାଇଥିବା ପଶୁ , ଜନ୍ତୁ,ମୁଲ୍ୟବାନ ଔଷଧୀୟ ଗଛ ମଧ୍ୟ ନିଆଁ ରେ ଜଳି ଯାଉଥିବା ଅଭିଯୋଗ ହେଉଛି। ବାନ୍ଦକା ଜଙ୍ଗଲ ର ସେ ରାଜ୍ୟ ରାଜପଥ କଡରେ ଲାଗିଛି ନିଆଁ । ହଜାର ହଜାର ଏକର ଜଙ୍ଗଲ ପୋଡ଼ି ବାକୁ ହେଲାଣି। ହେଲେବି ବନ କର୍ମଚାରୀଙ୍କ ନିଦ ଭାଙ୍ଗୁନି କି କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଠି ପ୍ରଶ୍ନ ଉଠୁଛି ଯେଉଁ ସ୍ଥାନରେ ନିଆଁ ଲାଗିଛି ସେ ପାଖରେ ଘର କରି ଜନ ସାଧାରଣ ମାନେ ବସବାସ କରୁଛନ୍ତି ଏବଂ ଉଦ୍ୟାନ ବିଭାଗ ଅଫିସ ଅଛି ଓ ଦୁର୍ଭାଗ୍ୟ ବଶତଃ ତାଙ୍କର ଯଦି କିଛି କ୍ଷତି ହେଇଯାଏ ସେଥିପାଇଁ ପାଇଁ କଣ ତୁମୁଡିବନ୍ଧ ବନ ବିଭାଗ ଦାୟୀ ରହି ତାଙ୍କର କ୍ଷତି ପୂରଣ କରିବ ନା ‘ଆଉ କଣ ତାର ବ୍ୟବସ୍ଥା କରିବ ତୁମୁଡିବନ୍ଧ ବନ ବିଭାଗ ବୋଲି ବୁଦ୍ଧି ଜୀବି ମହଲରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର